fbpx

କଂଗ୍ରେସ ପ୍ରତିବାଦ:ସୁରଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର:ଦେଶରେ ଦରବୃଦ୍ଧି ,ବେକାରୀ ସମସ୍ୟା , ଜିଏସଟି ବୃଦ୍ଧି ପ୍ରସଙ୍ଗରେ ଆଜି ଦେଶବ୍ୟାପି ପ୍ରତିବାଦ ଚଳାଇଛି କଂଗ୍ରେସ । ଦିଲ୍ଲୀ ଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁ ଠାରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି । ଦିଲ୍ଲୀରେ କଂଗ୍ରେସ କର୍ମୀ ମାନେ କଳା ପୋଷାକ ପରିଧାନ କରି ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଥିବା ବେଳେ ରାଜ୍ୟ ରାଜଧାନୀରେ ମଧ୍ୟ କଂଗ୍ରେସ ତାର ପ୍ରତିବାଦ ଚଳାଛି । ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ନେତା ମାନଙ୍କୁ ପ୍ରତିବାଦ କରୁଥିବାରୁ ଦେଖିବାକୁ ମିଳିଛି ।

ଉଭୟକେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତିି ପିସିସି । କହିଛନ୍ତି ଦିନକୁ ଦିନ ଦେଶ ଏବଂ ରାଜ୍ୟରେ ମୂଲ୍ୟବୃଦ୍ଧି ସହ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାର ଯେଉଁ ପଦକ୍ଷପ ନେଉଛନ୍ତି ତାହା ସିଧାସଳଖ ଗରିବ ଖାଉଟିଆ ମାନଙ୍କର ପେଟକୁ ଲାତ ମାରିବା ସହିତ ସମାନ । ପିସିସିଙ୍କ କହିବା ଅନୁସାରେ ଯଦି ଆର୍ଥିକ ସ୍ଥିତି ଭଲ ରହିଛି ତେବେ ହୁ ହୁ ହୋଇ ଦରଦାମ ବୃଦ୍ଧି ହେଉଛି କଣ ପାଇଁ? ଧନୀ ଲୋକଙ୍କ ଉପରେ ଟ୍ୟାକ୍ସ ପକାଯାଉ । ଗରିବ ମାନଙ୍କୁ ଉପରେ କାହିଁକି ଏଭଳି ଅନ୍ୟାୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ ରାଜ୍ୟରେ ବେରୋଜଗାରୀ ମୁଖ୍ୟ ସମସ୍ୟା ହୋଇ ଯାଇଛି । ନବୀନ ସରକାର କହିଥିଲେ ବର୍ଷକୁ ୨କୋଟି ଚାକିରି ଯୋଗେଇ ଦେବେ ହେଲେ କରୁଛନ୍ତି କଣ? ଏହା ସହିତ ସ୍ଥାୟୀ ଚାକିରି ଯୋଗାଇ ପାଇଁ ଦାବି କରିଛନ୍ତି । ଦେଶର ଜନତାଙ୍କ ପାଇଁ ଏହି ପ୍ରତିବାଦ । ଏହା କେବଳ ଆରମ୍ଭ ଏବଂ ଆଗକୁ ଏହି ଭଳି ପ୍ରତିବାଦ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି । ଆଗାମୀ ୨୦୨୪ ନିର୍ବାଚନରେ ଏହି ଜନସାଧାରଣ ମାନେ ତାଙ୍କୁ ଜବାବ ଦେବେ ବୋଲି କହିଛନ୍ତି ଶରତ ।

ସେପଟେ ଏହି ପ୍ରତିବାଦରେ ସମସ୍ତ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଛି । ଏହାକୁ ନେଇ ବିଧାୟକ ସୁର ରାଉତରାୟ ତାଙ୍କର ପ୍ରତିକ୍ର୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ପୋଲିସ ଆମକୁ ଜୋରଜବରଦସ୍ତି ଗିରଫ କରିଛି । ପୋଲିସ ଆମକୁ ଝାରପଡା ଜେଲ ନେଉ କି ସ୍ୱର୍ଗକୁ ନେଉ ଖାତିର ନାହିଁ । ଆମର ଏହି ଆନ୍ଦୋଳନ ଜାରି ରହିବ । ଏହି ଆନ୍ଦୋଳନ ଆମର ମୋଦୀ ସରକାରଙ୍କ ବିରୁଦ୍ଧରେ, ଆଉ ଆମେ ଏହାକୁ ଜାରି ରଖିବୁ । ଆମେ ଏବେ ଜଷ୍ଟ ଟ୍ରେଲର ଦେଖାଇଛୁ ଏହା ପରେ ଫିଲ୍ମ ଦେଖାଇବୁ ବୋଲି ସୁର ରାଉତରାୟ ପ୍ରକାଶ କରିଛନ୍ତି ।
ଜନସାଧାରଣଙ୍କ ପାଇଁ ଆଜି ରାଜରାସ୍ତାରେ କଂଗ୍ରେସ ଗର୍ଜୁଛି ବୋଲି କହୁଥିବା ବେଳେ ଏହା ବାସ୍ତବରେ ଜନତାଙ୍କ ପାଇଁ ଆନ୍ଦୋଳନ ନା କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରାଇବାକୁ ଚାହୁୁଁଛନ୍ତି ତାହା ଆଗକୁ ଜଣାପଡିବ ।

Get real time updates directly on you device, subscribe now.