fbpx

ରାଜଧାନୀରେ ମାତିଲେଣି ଫୋନ୍-ପେ ଲୁଟେରା, ୯୩୩୦୩୫୯୨୮୧ ନମ୍ବରରୁ ଆସୁଛି କଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସମୟରେ ଲୋକମାନେ ଅନଲାଇନ୍ କାରବାର ସହିତ ଅଧିକରୁ ଅଧିକ ଯୋଡି ହୋଇଯାଇଛନ୍ତି । ତେଣୁ ଏହାର ଫାଇଦା ନେଇ ଅନେକ ସାଇବର୍ ଲୁଟେରା ଲୁଟ୍ କରିବାର ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି । ଯେପରିକି ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିବା, ବିଭିନ୍ନ ଲୋଭନୀୟ ଅଫର୍ ଦେବା ଏପରି ଅନେକ କିଛି । ଏହି ପରିପ୍ରେକ୍ଷୀରେ ରାଜଧାନୀରେ ଏବେ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଲେଣି ଫୋନ୍-ପେ ଲୁଟେରା । ଫୋନ-ପେ ମାଧ୍ୟମରେ ଲିଙ୍କ୍ ପଠାଇ ଗ୍ରାହକଙ୍କୁ ଲୁଟିବା ଆରମ୍ଭ କରିଦେଇଛନ୍ତି । ଏବେ ଏହିଭଳି ଏକ ଖବର ସାମନାକୁ ଆସିଛି ।

ସୂଚନା ଅନୁସାରେ, ଭୁବନେଶ୍ୱରର ଜଣେ ବ୍ୟକ୍ତି ଆଜି ଏହି ଠକେଇର ଶିକାର ହେବାକୁ ଯାଉଥିଲେ । ହେଲେ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ବର୍ତ୍ତି ଯାଇଛନ୍ତି । ତେବେ ଉକ୍ତ ବ୍ୟକ୍ତିଙ୍କ କହିବା ମୁତାବକ, ପ୍ରଥମେ ଉକ୍ତ ଲୁଟେରାଙ୍କ ପକ୍ଷରୁ ୯୩୩୦୩୫୯୨୮୧ ନମ୍ବରକୁ କଲ୍ ଆସିଥିଲା । ଆଉ କଲ୍ ରେ ଥିବା ଲୁଟେରା ଜଣକ ନିଜକୁ ଭୁବନେଶ୍ୱରରେ ଥିବା ଫୋନ୍-ପେ ଅଫିସ୍ ରୁ କହୁଛନ୍ତି ବୋଲି କହିଥିଲେ । ଆଉ କହିଥିଲେ ଯେ, ଫୋନ୍-ପେ ଆପ୍ଲିକେସନ୍ ରେ ଆସିଥିବା ନୋଟିଫିକେସନ୍ କୁ ଚେକ୍ କରନ୍ତୁ । ସେଥିରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । ସେଥିରେ ଦେଖିବାକୁ ମିଳିଥିଲା ଯେ, ଆସିଥିବା ଲିଙ୍କ୍ ଟି “Woohoo” ନାମରେ ରହିଛି । ଏହାଶୁଣି ଉକ୍ତ ବ୍ୟକ୍ତି ଜଣକ ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ଫୋନ୍-ପେର ପେମେଣ୍ଟ ପେଜ୍ ଖୋଲିଯାଇଥିଲା । କିନ୍ତୁ ସେ ପେମେଣ୍ଟ ଅପସନ୍ ଉପରେ କ୍ଲିକ୍ କରିନଥିଲେ । ଯାହା ଫଳରେ ସେ ଠକାମୀର ଶିକାର ହେବାରୁ ବର୍ତ୍ତି ଯାଇଥିଲେ ।

ତେବେ ଆପଣମାନଙ୍କୁ ପାଖକୁ ଯଦି ୯୩୩୦୩୫୯୨୮୧ ନମ୍ବରରୁ କଲ୍ ଆସେ ତେବେ ତେବେ ସଚେତନ ହୋଇଯାଆନ୍ତୁ । ସେମାନେ ଦେଉଥିବା ଲୋଭନୀୟ ଅଫର୍ ରେ ଭାସି ନଯାଇ ସଜାଗ ରୁହନ୍ତି । ଆଉ ତୁରନ୍ତ ସାଇବର୍ ସେଲ୍ ରେ ଅଭିଯୋଗ କରନ୍ତୁ ।

Get real time updates directly on you device, subscribe now.