fbpx

ଅଭୟଙ୍କ ପରେ ଆକାଶ ପାଠକଙ୍କୁ ମିଳିଲା ଜାମିନ୍, କିନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟାଟା କମ୍ପାନୀରେ ଜାକିରି କରାଇଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କୁ ଆଜି ଜାମିନ୍ ମିଳିଛି । ଆଇଏଫଏସ ଅଭୟ ପାଠକ ପରେ ପୁଅ ଆକାଶଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ବୈଦ୍ୟନାଥପୁର ଥାନାରେ ହୋଇଥିବା ମାମଲାରେ ଆକାଶଙ୍କୁ ଜାମିନ ମିଳିଥିବା ଜଣାପଡିଛି । ଆକାଶଙ୍କୁ ଜାମିନ ମିଳିଥିବା ନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ହାଇକୋର୍ଟରୁ ଜାମିନ୍ ମିଳିଥିଲେ ସୁଦ୍ଧା ଆକାଶ ଏବେ ଜେଲରେ ରହିବେ । ସୂଚନା ମୁତାବକ, ଆକାଶଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିଲା । ଏବେ ସୁଦ୍ଧା ୫ଟି ମାମଲାରେ ଆକାଶଙ୍କୁ ଜାମିନ ମିଳିସାରିଛି । ଭିଜିଲାନ୍ସ ଓ ସ୍କାଏ କିଙ୍ଗର ଗୋଟିଏ ଲେଖାଏଁ ମାମଲାରେ ତାଙ୍କୁ ଜାମିନ୍ ମିଳିଛି । ସେହିପରି ଗୋଳନ୍ଥରାର ୨ଟି ଓ ବୈଦନାଥପୁରର ଗୋଟିଏ ମାମଲାରେ ଜାମିନ୍ ମିଳିଛି । କିନ୍ତୁ କ୍ରାଇମବ୍ରାଞ୍ଚ ମାମଲାରେ ଜାମିନ ମିଳିନଥିବାରୁ ସେ ଜେଲରେ ରହିବେ । ଏହା ପୂର୍ବରୁ ବାପା ଅଭୟ ପାଠକ ଓ ଭାବି ଶ୍ୱଶୂର ଜାମିନ ପାଇ ଜେଲରୁ ମୁକୁଳି ସାରିଛନ୍ତି ।

Get real time updates directly on you device, subscribe now.