fbpx

ଆଶ୍ଚର୍ଯ୍ୟ! ବିନା ଚାର୍ଜରରେ ହେବ ଫୋନ୍ ଚାର୍ଜ, ବୈଜ୍ଞାନିକ ତିଆରି କରିଲେ ଏଭଳି ଡିଭାଇସ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ସ୍ମାର୍ଟଫୋନ୍ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ପାଲଟିଯାଇଛି । ସାଧାରଣତଃ ଫୋନ୍ ଚାର୍ଜ କରିବା ପାଇଁ ବ୍ୟକ୍ତି ଚାର୍ଜର ବ୍ୟବହାର କରିଥାଏ । କିନ୍ତୁ ଆଗାମୀ କିଛି ବର୍ଷରେ ଫୋନ୍ ଚାର୍ଜ କରିବା ପାଇଁ ଆଉ ଚାର୍ଜରର ଆବଶ୍ୟକତା ହେବ ନାହିଁ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । କିଛି ବର୍ଷ ପୂର୍ବେ ବୈଜ୍ଞାନିକ ମାନେ ଏପରି ଏକ ଡିଭାଇସ୍ ପ୍ରସ୍ତୁତ କରଛନ୍ତି ଯଦ୍ୱାରା କେବଳ ଆଙ୍ଗୁଳି ମାଧ୍ୟମରେ ଫୋନ୍ ଚାର୍ଜ କରିପାରିବେ ।

ରିପୋର୍ଟରୁ ପ୍ରକାଶ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଏକ ଟିମ୍ ଏହି ଡିଭାଇସକୁ ପ୍ରସ୍ତୁତ କରିଛନ୍ତି । ଏହି ଡିଭାଇସକୁ ଶୋଇବା ସମୟରେ ପିନ୍ଧିଲେ ଶରୀରର ଝାଳରୁ ବିଦ୍ୟୁତ ଉତ୍ପନ୍ନ ହେବ । ଏହା ଦ୍ୱାରା ସ୍ମାର୍ଟଫୋନ୍ କିମ୍ବା ଘଡ଼ି ସହଜରେ ଚାର୍ଜ ହୋଇପାରିବ । ୨୪ ଘଣ୍ଟା ପର୍ଯ୍ୟନ୍ତ ଫୋନ୍ ଚାର୍ଜ କରିବା ପାଇଁ ଏହି ଡିଭାଇସ୍ (ଷ୍ଟ୍ରିପ୍‌)କୁ ୧୦ ଘଣ୍ଟା ପର୍ଯ୍ୟନ୍ତ ଆଙ୍ଗୁଳିରେ ଧାରଣ କରିବାକୁ ପଡ଼ିବ ବୋଲି ଟିମ୍ କହିଛନ୍ତି । କିନ୍ତୁ ଏହି ଉପାୟ ମାଧ୍ୟମରେ ଫୋନ୍ ଚାର୍ଜ କରିବା ଏତେ ସହଜ ନୁହେଁ । ରିସର୍ଚ୍ଚ ଟିମ ଅନୁଯାୟୀ ବ୍ୟକ୍ତି ଜଣଙ୍କ ସହଜରେ ଏହି ଷ୍ଟ୍ରିପ୍ ନିଜ ଆଙ୍ଗୁଳିରେ ଲଗାଇ ପାରିବେ । ଏହି ପ୍ରକ୍ରିୟାକୁ ନିୟମିତ ୩ ସପ୍ତାହ ପର୍ଯ୍ୟନ୍ତ କରିବା ପରେ ଫୋନ୍ ଚାର୍ଜ ହୋଇପାରିବ । ବର୍ତ୍ତମାନ ଏହାର କ୍ଷମତା ବୃଦ୍ଧି କରିବା ଦିଗରେ ପ୍ରୟାସ ଜାରି ରହିଛି ।

କେମିତି ଦେଖାଯାଏ ଏହି ଡିଭାଇସ୍ ?

ଏହି ଡିଭାଇସ୍ ବ୍ୟାଣ୍ଡେଜ୍ ଭଳି ଦେଖାଯାଏ । ଏହାକୁ ସହଜରେ ଆଙ୍ଗୁଳିରେ ଲଗାଇ ହେବ । ଏଥିରେ କାର୍ବନ ଫୋମ୍ ଇଲେକ୍ଟ୍ରୋଡ୍ ବ୍ୟବହାର ହୋଇଥାଏ ଯାହା ଝାଳକୁ ଶୋଷିଥାଏ ଏବଂ ବିଦ୍ୟୁତରେ ପରିବର୍ତ୍ତନ କରିଥାଏ । ଏହି ଡିଭାଇସ୍ ପତଳା ଇଲାଷ୍ଟିକ୍ ପଟି ଭଳି ଦେଖାଯାଏ । ଏହାକୁ ସହଜରେ ବ୍ୟାଣ୍ଡେଜ୍ ଭଳି ଆଙ୍ଗୁଳିରେ ଲଗାଇପାରିବା । ହାତରୁ ଝାଳ ବାହାରିଲେ ପଟି ଉପରେ ଚାପ ପଡ଼ିଥାଏ ଏବଂ ବିଦ୍ୟୁତ ଉତ୍ପନ୍ନ ହୋଇଥାଏ । ଏହି ଡିଭାଇସ୍ ୩ ବର୍ଷ ପୂର୍ବରୁ ତିଆରି ହୋଇଥିବା ବେଳେ ମାର୍କେଟକୁ ଆସିବା ବାକି ଅଛି ।

 

Get real time updates directly on you device, subscribe now.