fbpx
BSKY
BJD SHG SKY
BJD MC SKY

ତିନି ମାସ ମଧ୍ୟରେ ୧୦ ଲକ୍ଷରୁ ଅଧିକ ସ୍ମାର୍ଟ ସ୍ପିକର ଯୋଗାଇଛି ଫୋନ ପେ’; ସହରାଂଚଳ ଠାରୁ ଏବେ ଗ୍ରାମାଂଚଳ ସବୁ ଠାରେ ବଢୁଛି ଚାହିଦା

ମୁମ୍ବାଇ: ଭାରତର ଅଗ୍ରଣୀ ଫିନ୍ ଟେକ ପ୍ଲାଟଫର୍ମ ଫୋନପେ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସମଗ୍ର ଭାରତରେ ମର୍ଚାଂଟ ପାର୍ଟନରମାନଙ୍କୁ ୧୦ ଲକ୍ଷରୁ ଅଧିକ ସ୍ମାର୍ଟ ସ୍ପିକର ଯୋଗାଇଛି । ଶୁଭାରମ୍ଭ ହେବାର ମାତ୍ର ୩ ମାସ ମଧ୍ୟରେ ଏହି ଡିଭାଇସ ମାଧ୍ୟମରେ କମ୍ପାନୀ ୧୦୦ କୋଟିରୁ ଅଧିକ କାରବାର କରିଛି ଏହା ଦ୍ୱାରା ସମଗ୍ର ଦେଶରେ ଏହାର ଅଫଲାଇନ ମର୍ଚାଂଟ ପେମେଂଟ ଅଧିକ ମଜବୁତ ହୋଇପାରିଛି ।

ମର୍ଚାଂଟ ଲୋକେସନରେ ନିର୍ଭରଯୋଗ୍ୟ ଏବଂ ସୁବିଧାଜନକ ପେମେଂଟ ଟ୍ରାକିଂ ପାଇଁ ଚଳିତବର୍ଷ ଅଗଷ୍ଟରେ ଏହି ଡିଭାଇସର ବ୍ୟବହାର ଆରମ୍ଭ କରାଯାଇଥିଲା । ଡିଭାଇସର କାର୍ଯ୍ୟଦକ୍ଷତାକୁ ନେଇ କମ୍ପାନୀକୁ ବ୍ୟବସାୟୀମାନଙ୍କ ଠାରୁ ଖୁବ ଭଲ ପ୍ରତିକ୍ରିୟା ମିଳିଛି । ଫଳସ୍ୱରୂପ ସହରାଂଚଳ ଏବଂ ଗ୍ରାମାଂଚଳ ବଜାରରେ ନୂଆ ମର୍ଚାଂଟ ପାର୍ଟନରମାନଙ୍କ ମଧ୍ୟରେ ସ୍ମାର୍ଟ ସ୍ପିକରର ଚାହିଦା ବୃଦ୍ଧି ପାଇଛି। ଏହି ସଫଳତା ବିଷୟରେ ମତ ରଖି ଫୋନ୍ ପେ ଅଫଲାଇନ ବ୍ୟବସାୟ ମୁଖ୍ୟ ଶ୍ରୀ ବିବେକ ଲୋହଚେବ କହିଛନ୍ତି ଯେ, ” ଫୋନ୍ ପେ ସ୍ମାର୍ଟ ସ୍ପିକର ଆମର ମର୍ଚାଂଟ ପାର୍ଟନରମାନଙ୍କୁ ଅତ୍ୟାଧୁନିକ ପେମେଂଟ ସେବା ପ୍ରଦାନ କରିବାରେ ଏକ ବଡ଼ ପଦକ୍ଷେପ ଅଟେ, ବିଶେଷ କରି ବଜାରରେ ଏବଂ ଏହା ଆମରବ୍ୟାପକ ମର୍ଚାଂଟ ବେସ ସହ ଯୋଡ଼ି ହେବା ପାଇଁ ଏକ ନୂଆ ମାର୍ଗ ଖୋଲିଛି । ୩ ମାସରୁ କମ ସମୟ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଡିଭାଇସ ପ୍ରଦାନ କରି ସ୍ପିଡ ଏବଂ ସ୍କେଲ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ ହୋଇଛି, ଯେଉଁଠାରେ ରିଟେଲରମାନେ ଫୋନ୍ ପେ ରୁ ମୂଲ୍ୟ ଯୁକ୍ତ ଅଫରର ଲାଭ ଉଠାଉଛ” ଫୋନ୍ ପେସ୍ମାର୍ଟ ସ୍ପିକର ଏକ ଦକ୍ଷ କନେକ୍ଟିଭିଟି ଦେଇଥାଏ ଏବଂ କୌଣସି କନଫିଗରେସନ ଆବଶ୍ୟକ ବିନା ସହଜରେ କାମ କରିଥାଏ । ଏହା ସ୍ୱୟଂଚାଳିତ ଭାବେ ମର୍ଚାଂଟ ଷ୍ଟୋରରେ ଥିବା ସମସ୍ତ କ୍ୟୁଆର ସହିତ ଲିଙ୍କ ହୋଇଥାଏ ।

Get real time updates directly on you device, subscribe now.