fbpx

ଗୃହରେ ବିଦ୍ୟୁତ ସଂଯୋଗ କରିବା ଯାଇ ୨ନାବାଳିକା ଭଉଣୀଙ୍କ ଉଠାଇଥିଲେ ଅଶ୍ଲୀଳ ଫଟୋ, ଭାଇରାଲ କରି ବନ୍ଧା ହେଲା ଅଭିଯୁକ୍ତ

ମାଲକାନଗିରି (ଭାସ୍କର ନ୍ୟୁଜ୍) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍‌.ଭି:- ୬୨ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୨ଜଣ ନାବାଳିକା ଯୁବକଙ୍କ କଥାରେ ରାଜି ନ ହେବାରୁ ସୋସିଆଲ ମିଡିଆରେ ଅଶ୍ଲୀଳ ଫଟୋ ଭାଇରାଲ କରିଥିବା ଘଟଣା ସାମ୍ନାକୁ ଆସିଛି। ପୀଡିତା ଏନେଇ କାଲିମେଳା ଥାନାରେ ଅଭିଯୋଗ କରିଛନ୍ତି।।

ସୂଚନାନୁଯାୟୀ ଏମ୍‌ଭି-୬୨ ଗ୍ରାମର ବିଚିତ୍ର ମଣ୍ଡଳଙ୍କ ପୁଅ ସୁପ୍ରଭାତ ମଣ୍ଡଳ(୨୫) ଗତ ଦୁଇ ବର୍ଷ ତଳେ ଜଣେ ନାବାଳିକାଙ୍କ ଘରେ ତାଙ୍କ ପିତାଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଗୃହରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଯାଇଥିଲେ । ସେଠାରେ ସେ ଦୁଇ ନାବାଳିକା ଭଉଣୀଙ୍କ ସହ କିଛି ଆପତ୍ତି ଜଣକ ଫଟୋ ଉଠାଇଥିଲେ । ଏବଂ ସେହି ଫଟୋକୁ ସେ ନିଜ ମୋବାଇଲରେ ମଧ୍ୟ ରଖିଥିଲେ । ପରେ ସେ ବଡ଼ ଭଉଣୀଙ୍କୁ ଏକ ମୋବାଇଲ ଦେଇଥିଲେ ଓ ତାଙ୍କୁ ସେ ତାର କଥାରେ ରାଜି ହେବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ ।

ତେବେ ନାବାଳିକା ଜଣକ ତାଙ୍କ କଥାରେ ରାଜି ନ ହେବାରୁ ସେ ନାବାଳିକାଙ୍କୁ ବ୍ଲାକମେଲ କରିବା ସହ ସେହି ଆପତ୍ତି ଜଣକ ଫଟୋକୁ ଭାଇରାଲ କରିଦେଇଥିଲା । ଏହି ଘଟଣା ଜଣାପଡିବା ପରେ ଉକ୍ତ ନାବାଳିକାଙ୍କ ପରିବାର ପକ୍ଷରୁ କାଲିମେଳା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି କାଲିମେଳା ପୋଲିସ ମଙ୍ଗଳବାର ସୁପ୍ରଭାତଙ୍କୁ ଗିରଫ କରି ଏକ ମାମଲା ୧୫୬/୨୧, ତା-୨୦/୦୭/୨୧ ରେ ରୁଜ୍ଜୁ କରି ବିଭିନ୍ନ ଦଫା ଲଗାଇ ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।

Get real time updates directly on you device, subscribe now.