fbpx

ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କର ବିକିନି ଫଟୋ ଭାଇରାଲ୍, ପ୍ରତିକ୍ରିୟାରେ କହିଲେ ଏପରି

ମେରଠ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨କୁ ନେଇ ମାହୋଲ ସରଗରମ ରହିଛି । ସବୁ ଦଳର ନେତା ମନ୍ତ୍ରୀ ମାନେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଜଣେ ମହିଳା ଆଶାୟୀ ପ୍ରାର୍ଥୀଙ୍କର ପେସାକୁ ନେଇ ପ୍ରଶ୍ନ ଉଠିଛି ଓ ତାଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ହସ୍ପିନାପୁର ବିଧାନସଭା ସିଟ୍ ରୁ କଂଗ୍ରେସ ମହିଳା ଆଶାୟୀ ପ୍ରାର୍ଥୀ ଅର୍ଚ୍ଚନା ଗୌତମଙ୍କ ବିକିନି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ଏବେ ଅର୍ଚ୍ଚନା ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ମୁଁ ମିସ୍ ବିକିନି ୨୦୧୮ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛି । ଆହୁରି ମଧ୍ୟ ମୁଁ ମିସ୍ ଉତ୍ତରପ୍ରଦେଶ ୨୦୧୪ ଓ ମିସ୍ କସ୍ମୋ ୱଲ୍ଡ ୨୦୧୮ ଟାଇଟଲ୍ ମଧ୍ୟ ହାସଲ କରିଛି । ତେଣୁ ମୁଁ ଲୋକମାନଙ୍କୁ ଅପିଲ୍ କରୁଛି ଯେ, ମୋ ପେସା ଓ ରାଜନୈତିକ କ୍ୟାରିୟର୍ କୁ ଏକତ୍ରିତ କରି ଦେଖନ୍ତୁ ନାହିଁ ।

ସୂଚନାଯୋଗ୍ୟ, ଚଳିତ ଥର କଂଗ୍ରେସ ପକ୍ଷରୁ ୟୁପି ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୧୩ ତାରିଖରେ ପ୍ରାର୍ଥୀମାନଙ୍କର ପ୍ରଥମ ତାଲିକା ଜାରି କରାଯାଇଥିଲା । ସେଥିରେ ହସ୍ତିନାପୁରର ଆସନରୁ ଅର୍ଚ୍ଚତା ଗୌତମ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ଏହି ତାଲିକାରେ ୧୨୫ ଜଣଙ୍କ ନାମ ରହିଛି । ଏଥିରେ ୪୦ ପ୍ରତିଶତ ମହିଳାଙ୍କ ନାମ ରହିଛି ଏବଂ ୪୦ ପ୍ରତିଶତ ଯୁବଙ୍କ ନାମ ସାମିଲ କରାଯାଇଛି ।

Get real time updates directly on you device, subscribe now.