fbpx

କରୋନା କହର: ୨୪ ଘଣ୍ଟାରେ ୨.୬ ଲକ୍ଷ ସଂକ୍ରମିତ ଚିହ୍ନଟ, ଓମିକ୍ରନ ମାମଲା ୬ ହଜାର ପାର୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୬୮ ହଜାର ୮୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ ହାର ୧୬.୬୬ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୪୦୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୫ ହଜାର ୭୫୨ କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ୧,୨୨,୬୮୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୩,୪୯,୪୭,୩୯୦କୁ ବୃଦ୍ଦି ପାଇଛି । ଫଳରେ ସୁସ୍ଥ ହାର ୯୪.୮୩ ହୋଇଯାଇଛି । ଦେଶରେ ସକ୍ରିୟ ମାମଲା ୧୪ ଲକ୍ଷ ୧୭ ହଜାର ୮୨୦ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୬.୦୨ କୋଟି ଲୋକ ଟିକା ନେଇଛନ୍ତି ।

ଏହା ସହ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୦୪୧ରେ ପହଞ୍ଚିଛି । ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.