fbpx
BSKY
BJD MC SKY
BJD YOUTH SKY

ଶାରୀରିକ ସମ୍ପର୍କ ଦ୍ୱାରା ରକ୍ତଚାପ, ହାର୍ଟ ଆଟାକ ଓ ହୃଦରୋଗ ହ୍ରାସ ପାଇବ, ଆୟୁଷ ବଢ଼ିବ, ମନୋବଳ ଦୃଢ଼ ହେବ: ରିସର୍ଚ୍ଚ

ମଣିଷ ଜନ୍ମ ନେଇଛି, ଦିନେ ନା ଦିନେ ନିଶ୍ଚିତ ମୃତ୍ୟୁବରଣ କରିବ । ମଣିଷ ଜନ୍ମ ପରେ କିଛି ବର୍ଷ ଅତିକ୍ରାନ୍ତ ହୋଇ ବୃଦ୍ଧାବସ୍ଥାରେ ପହଞ୍ଚିଥାଏ । ମଣିଷର ବୟସ ଉପରେ ଉପରେ କାହାର ନିୟନ୍ତ୍ରଣ ନଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଉପଯୁକ୍ତ ଖାଦ୍ୟପେୟ, ବ୍ୟାୟାମ ଆଦି ନିୟମିତ କରିବା ଦ୍ୱାରା ଆପଣଙ୍କ ବୟସ କିଛି ବର୍ଷ ବୃଦ୍ଧି ଘଟିପାରେ । ତେବେ ଶାରୀରିକ ସମ୍ପର୍କ ଦ୍ୱାରା ମଣିଷର ବୟସ ମଧ୍ୟ ବୃଦ୍ଧି ହୋଇପାରିବ ବୋଲି ନିକଟରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ବିଶେଷଜ୍ଞଙ୍କ ମତରେ ଶାରୀରିକ ସମ୍ପର୍କ ଦ୍ୱାରା ଅନେକ ଗୁରୁତର ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା କମିଥାଏ । ଏହା ଶାରୀରିକ ସନ୍ତୁଷ୍ଟି ପ୍ରଦାନ କରିବା ସହ ମଣିଷର ମନୋବଳକୁ ଦୃଢ଼ କରିଥାଏ । ଏହାଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ରକ୍ତଚାପ, ହୃଦରୋଗ ଆଦିରୁ ରକ୍ଷା ମିଳିଥାଏ ।

ଶାରୀରିକ ସମ୍ପର୍କ ଦ୍ୱାରା ହାର୍ଟ ଆଟାକ ଆସିବା ପରେ ବଞ୍ଚିବାର ସମ୍ଭାବନା ବଢ଼ି ଯାଇଥାଏ । ପ୍ରତି ସପ୍ତାହରେ ଅଧିକ ଥର ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ଲୋକଙ୍କୁ ଅନ୍ୟମାନଙ୍କ ଅପେକ୍ଷା ହୃଦଘାତ ହେବାର କମ୍ ଆଶଙ୍କା ରହିଥାଏ ।

ଶାରୀରିକ ସମ୍ପର୍କ ରକ୍ଷା କରିବା ଦ୍ୱାରା ମଣିଷ ଦୀର୍ଘାୟୁ ହେବାର ସମ୍ଭାବନା ବଢ଼ିଥାଏ । ଏହା ଉପରେ ବହୁ ପୂର୍ବରୁ ଗବେଷଣା କରାଯାଇ ଏହା ପ୍ରମାଣିତ ହୋଇସାରିଛି । ଯେଉଁ ପୁରୁଷମାନେ କମ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତି, ସେମାନେ ବେଶୀ ମାତ୍ରାରେ ହୃଦରୋଗ ସହ ଇରେକ୍ଟାଇଲ ଡିସଫଙ୍କସନରେ ଆକ୍ରାନ୍ତ ହୋଇଥାନ୍ତି ବୋଲି କୁହାଯାଉଛି ।

Get real time updates directly on you device, subscribe now.