fbpx
BSKY SKY
BSKY SKY

+2 1st year ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ପଦାର୍ଥ ବିଜ୍ଞାନ ଅଧ୍ୟାପକ

BSKY

ଓଡ଼ିଶା ଭାସ୍କର: ଜଣେ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କ କାରନାମା ସାମ୍ନାକୁ ଯାଇଛି। ତେବେ କଲେଜର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଉକ୍ତ ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ସମ୍ୱଲପୁର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ ଏକ ଜୁନିଅର କଲେଜ ରହିଛି। ଉକ୍ତ କଲେଜରେ ସୋନାଲି(ଛଦ୍ମନାମ) ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ। ସୋନାଲି ହଷ୍ଟେଲ୍‌ରେ ରହି ପାଠ ପଢ଼ୁଥିଲେ। ଆଉ ତାଙ୍କ କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପକ ସଞ୍ଜୀବ କୁମାର ଦାସ ତାଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଅଧ୍ୟାପକ ଜଣକ ବାରମ୍ୱାର ଛାତ୍ରୀଙ୍କୁ କଲେଜ କ୍ୟାମ୍ପସ ଭିତରେ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି।

ଏନେଇ ଛାତ୍ରୀ ଜଣକ ପ୍ରଥମେ ସାଥୀମାନଙ୍କୁ ଜଣାଇଥିଲେ। ଏହା ପରେ କଲେଜର ସବୁ ପିଲା ମିଶି କଲେଜ ଅଧ୍ୟକ୍ଷଙ୍କ ପାଖରେ ଅଭିଯୋଗ କରିଥିଲେ। କିନ୍ତୁ କଲେଜ ଅଧ୍ୟକ୍ଷ ଏନେଇ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ବି ସେ ନୀରବଦ୍ରଷ୍ଟା ସାଜିଥିଲେ। ଏଣୁ ବାଧ୍ୟ ହୋଇ ଛାତ୍ରୀ ଜଣକ ଘଟଣା ସମ୍ପର୍କରେ ସୋମବାର ଦିନ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ପରିବାର ଲୋକ ନାକଟିଦେଉଳ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଏବଂ ପରିବାର ଲୋକଙ୍କ ଅଭିଯୋଗକୁ ଆଧାରକରି ପୋଲିସ ଏକ ମାମଲା ରୁଜୁ କରି ପଦାର୍ଥ ବିଜ୍ଞାନ ଅଧ୍ୟାପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେପଟେ ଗିରଫ ଅଧ୍ୟାପକ ସଞ୍ଜୀବ କୁମାର ଦାସ କହିଛନ୍ତି, କ’ଣ ହୋଇଛି ମୁଁ ଘଟଣା କିଛି ଜାଣି ନାହିଁ। ମୋ ନାଁରେ ଯେଉଁ ସବୁ ଅଭିଯୋଗ ଆସିଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି। ଅନ୍ୟପଟେ ଅଭିଯୁକ୍ତ ଆଧାରରେ ଅଧ୍ୟାପକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ରେଢାଖୋଲ ଏସ୍‌ଡିପିଓ କହିଛନ୍ତି।

 

Get real time updates directly on you device, subscribe now.