fbpx

କାମ କରୁନି UPI: PhonePe, Google Payରେ ଟ୍ରାନ୍ସଫର ହେଉନି ଟଙ୍କା

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରୁ ଗ୍ରାହକଙ୍କୁ ଧୋକା ଦେଇଛି ଡିଜିଟାଲ ପେମେଣ୍ଟ । ଏସବିଆଇ, ଏଚଡିଏଫସି ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କରେ ସମସ୍ୟା ଦେଖାଯାଇଛି । ଅନଲାଇନ ଟଙ୍କା ଟ୍ରାଞ୍ଜାକ୍ସନରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ । ବ୍ୟାଙ୍କ ସର୍ଭର ଡାଉନ ହୋଇଥିବା ବେଳେ ଅନଲାଇନରେ କୌଣସି ଟ୍ରାଞ୍ଜାକ୍ସନ ମଧ୍ୟ ସଫଳ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଆଜି ସନ୍ଧ୍ୟାରୁ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଡିଜିଟାଲ ପେମେଣ୍ଟ କରୁଥିବା ଗ୍ରାହକ । ଫୋନ୍ ପେ, ଗୁଗଲ ପେ ସହିତ ଅନ୍ୟାନ୍ୟ ଡିଜିଟାଲ ପେମେଣ୍ଟ ଆପ୍ ଅକାମୀ ହୋଇ ପଡ଼ିଥିବା ଦେଖାଯାଇଛି । ଗତ ୩-୪ ଘଣ୍ଟାରୁ ଏଭଳି ସମସ୍ୟାରେ ପଡ଼ିଛନ୍ତି ଗ୍ରାହକ ।

Get real time updates directly on you device, subscribe now.