fbpx

ଖେଳିବେନି ରୋହିତ-ବିରାଟ? ଟି-୨୦ ବିଶ୍ୱକପ ପରେ ଏକ ବଡ଼ ସିରିଜ ଖେଳିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟପ୍ରେମୀ । କିନ୍ତୁ ବିସିସିଆଇ ଏହାମଧ୍ୟରେ ଆଉ ଏକ ବଡ଼ ଘୋଷଣା କରିଛି । ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆ ପାଇଁ ନୂଆ ପ୍ଲାନ ନେଇ ଏହି ଘୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । ତେବେ ଏହି ସିରିଜରେ ଭାରତର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଛି । ବିସିସିଆଇ ତରଫରୁ ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆର ଖେଳସୂଚୀ ଘୋଷଣା କରାଯାଇଛି ।

ଜୁନ୍ ମାସରେ ଟି-୨୦ ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ୨୯ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହାପରେ ଟିମ ଇଣ୍ଡିଆର ପ୍ଲାନକୁ ନେଇ ବିସିସିଆଇ ଏକ ବଡ଼ ଘୋଷଣା କରିଛି । ବିଶ୍ୱକପ ପରେ ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବା ନେଇ ସୂଚୀ ଜାରି କରିଛି ବିସିସିଆଇ । ଜୁଲାଇ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭାରତ-ଜିମ୍ବାୱେ ମଧ୍ୟରେ ହରାରେ ଷ୍ଟାଡିୟମରେ ଏହି ଟି-୨୦ ସିରିଜ ଖେଳାଯିବ ବୋଲି ସୂଚନା ଦେଇଛି ବୋର୍ଡ । ତେବେ ଏହି ସିରିଜ ପାଇଁ ଭାରତୀୟ ଦଳକୁ ନେଇ କୌଣସି ସୂଚନା ଦିଆ ଯାଇନାହିଁ । ତେବେ ଏହି ସିରିଜ ପାଇଁ ବିଶେଷ କରି ଯଚୁବ କ୍ରିକେଟରଙ୍କୁ ସୁଯୋଗ ମିଳିବା ନେଇ ଅଧିକ ସମ୍ଭାବନା ରହିଛି । ତେଣୁ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଦଳରୁ ବିଶ୍ରାମ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଏ ନେଇ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ବିସିସିଆଇ ଗ୍ଲୋବାଲ କ୍ରିକେଟକୁ ବଢାଇବା ପାଇଁ ସର୍ବଦା ଯୋଗଦାନ ଦେଇ ଆସିଛି । ତେବେ ଜିମ୍ବାୱେ କ୍ରିକେଟକୁ ପୁଣିଥରେ ସ୍ଥାପିତ କରିବା ପାଇଁ ଏହାକୁ ବିସିସିଆଇର ସହାୟତା ଆବଶ୍ୟକ ରହିଛି । ଜିମ୍ବାୱେ ବିପକ୍ଷରେ ଏହି ସିରିଜ ଇଣ୍ଟରନେସନାଲ କ୍ରିକେଟକୁ ଆଗକୁ ନେବା ପାଇଁ ପ୍ରୟାସ ବୋଲି କୁହାଯାଇପାରେ ।

Get real time updates directly on you device, subscribe now.