fbpx

କାଳ ହେଲା ପିକନିକ: ଚାଲିଗଲା ୧୧ ଜୀବନ

ବେଙ୍ଗାଲୁରୁ, ୧୫ା୧ (ଓଡିଶା ଭାସ୍କର): କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୋଆ ପିକନିକ କରିବାକୁ ଯାଇ ୧୧ ଜଣଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଛି । ଏକ ଟେମ୍ପୋ ଟ୍ରାଭେଲର ବିପରୀତ ଦିଗରୁ ଆସୁଥିବା ଟ୍ରକକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।

ଗୋଆକୁ ଛୁଟି କଟାଇବାକୁ ଯାଉଥିବା ଗୋଟିଏ ମହିଳା କ୍ଲବର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଟିପ୍ପର ଟ୍ରକର ଡ୍ରାଇଭର ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଡ୍ରାଇଭରଙ୍କ ସହ ଅନ୍ୟ ସମସ୍ତେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ଖବର ପାଇ ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାରେ ଗାଡ଼ି ଦୁଇଟି ଚୁରମାର ହୋଇଯାଇଛି । ଟ୍ରକରେ ଥିବା ୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.