fbpx

ସମୁଦ୍ରରେ ଦେଖାଗଲା ପିଙ୍କ୍ ଡଲଫିନ୍, ସାମ୍ନାକୁ ଆସିଲା ଭିଡିଓ

ସମୁଦ୍ରରେ ଆପଣ ଡଲଫିନ୍ ତ ନିଶ୍ଚିତ ଦେଖିଥିବେ, କିନ୍ତୁ କେବେ ପିଙ୍କ୍ ଡଲଫିନ୍ ଦେଖିଛନ୍ତି କି? ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଅତି ଦୁର୍ଲଭ ପିଙ୍କ୍ ଡଲଫିନ୍ କୁ ସମୁଦ୍ରରେ ଦେଖିବାକୁ ମିଳିଛି ।

ସୋଲୋ ପାରା କ୍ୟୁରିୟସ୍ ନାମକ ଟ୍ୱିଟର ୟୁଜର ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପିଙ୍କ ଡଲଫିନକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ପ୍ରତିକ୍ରିୟାରେ ‘ଅଦ୍ଭୁଦ’ ଲେଖି କମେଣ୍ଟ ଦେଉଛନ୍ତି । ଭିଡିଓ ଭାଇରାଲ ହେବା ପରେ ଜଣେ ୟୁଜର ପ୍ରଶ୍ନ କରିଛନ୍ତି ଯେ, କ’ଣ ଏହାର ଆନୁବଂଶିକ ଉତ୍ପରିବର୍ତ୍ତନ, ଯେଉଁ କାରଣରୁ ଡଲଫିନ୍ ପିଙ୍କ ଦେଖାଯାଉଛି । କିନ୍ତୁ ଏଥିରେ ଆଉ ଜଣେ ଉତ୍ତର ଦେଇ ଲେଖିଛନ୍ତି ଯେ, ଅମେଜାନ ନଦୀରେ ପିଙ୍କ୍ ଡଲଫିନ୍ ଅଛନ୍ତି ।

Get real time updates directly on you device, subscribe now.