fbpx

ଅନଲାଇନ ଅର୍ଡ଼ର ବିପଦ, ପିଜା ଡ଼େଲିଭରି ବଏଙ୍କ କରୋନା ରିପୋର୍ଟ ପଜିଟିଭ୍

ନୂଆଦିଲ୍ଲୀ, ୧୬ା୪: ସାରା ବିଶ୍ୱରେ କରୋନାକୁ ନେଇ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାସହ ଲୋକ ଭୟଭିତ ଅବସ୍ଥାରେ ମଧ୍ୟ ରହିଛନ୍ତି । କରୋନା କେତେ ବେଳେ କାହାଠାରୁ ବି ବ୍ୟାପିପାରେ । ଯେତେ ସତର୍କ ରହିଲେ ମଧ୍ୟ ଆମେ କୌଣସି ନା କୌଣସି ମାଧ୍ୟମରେ କରୋନା ରୋଗୀଙ୍କ କଣ୍ଟାକ୍ଟରେ ଆସିଯାଉଛେ । ଯେମିତିକି ଏହାରି ମଧ୍ୟରେ ଦିଲ୍ଲୀ ମାଲବ୍ୟନଗରରେ ପିଜା ଡେଲିଭରି ବଏଙ୍କ ନମୁନା ପଜିଟିଭ୍ ଆସିଛି । ସେ ୧୪ଏପ୍ରିଲରୁ କରୋନା ସଂକ୍ରମଣ ହୋଇଥିବା ନେଇ ସୂଚନା ରହିଛି । ସଂକ୍ରମଣ ହେବା ପରେ ସେ ୭୨ଜଣଙ୍କୁ ପିଜା ନେଇ ଦେଇଥିଲେ । ଯାହା ବତ୍ତର୍ମାନ ଚିନ୍ତାର ବିଷୟ ପାଲଟିଛି । ଏନେଇ ପ୍ରଶାସନ ପକ୍ଷରୁ ମାଲବ୍ୟନଗରର କିଛି ଅଞ୍ଚଳ ସିଲ୍ ମଧ୍ୟ କରାଯାଇଛି ।
ଅନ୍ୟପଟେ ଦେଶରେ ମୃତ୍ୟୁ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଥିବା ନେଇ ସୂଚନା ମିଳିଛି । ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୮୦କୁ ଛୁଇଁଥିବା ବେଳେ ୧୦୪୭୭ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାସହ ୧୪୮୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.