fbpx
BJD SKY
BJD SKY

ଚାନ୍ଦବାଲି-ଭୁବନେଶ୍ୱର-ନୟାଗଡ ଯାଏଁ ଲମ୍ବିଛି ଅପରାଧର ଚେର: ଫଟୋଗ୍ରାଫର ହତ୍ୟା ମାମଲାରେ ୩ ଗିରଫ, ସନ୍ଦେହରେ ୱେବ୍ ପୋର୍ଟାଲ ମାଲିକାଣୀ

BJD
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏହି ଲୋମହର୍ଷଣକାରୀ ଅପରାଧ ଭୁବନେଶ୍ୱରରୁ ଚାନ୍ଦବାଲି ଓ ଚାନ୍ଦବାଲିରୁ ନୟାଗଡ଼ ପର୍ଯ୍ୟନ୍ତ ଳମ୍ବିଛି । ପୁଲିସ ତଦନ୍ତ ଯେତିକି ଆଗକୁ ବଢ଼ାଉଛି, ରହସ୍ୟ ସେତିକି ବଢ଼ି ବଢ଼ି ଚାଲିଛି । ମୃତଦେହ ଖୋଳି ବାହାର କରିବା ପରେ ହତ୍ୟାକାଣ୍ଡର ଭୟଙ୍କର ବ୍ଲୁ-ପ୍ରିଂଟ ସଂପର୍କରେ ଜାଣିପାରିଛି ପୁଲିସ । ହତ୍ୟାକାଣ୍ଡର ରିକ୍ରିଏଟ୍ କରି ଖୋଳତାଡ଼ ଆରମ୍ଭ ହୋଇଛି । ଫେବ୍ରୁଆରୀ ୭ ତାରିଖରେ ଭୁବନେଶ୍ୱରରୁ ଚାନ୍ଦବାଲି ଯାଇଥିଲେ ଏକ ବିବାହ ଉତ୍ସବରେ ଫଟୋ ଉଠାଇବା ପାଇଁ । ହେଲେ ଚାନ୍ଦବାଲି ନାଲଗୁଣ୍ଡାର ପଳାଶପୁର ଛକରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା । ଭୁବନେଶ୍ୱରରେ ହତ୍ୟା କରି ରଣପୁର ଥାନା ବଧିପାଟଣା ନିକଟ ପାହାଡ ପାଖରେ ମାଟିତଳେ ପୋତି ଦେଇଥିଲେ ଅଭିଯୁକ୍ତ । ମାନସଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ଘଟଣାର ଛାନଭିନ କରିଥିଲା ଚାନ୍ଦବାଲି ପୁଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାଟିଖୋଳି ଶବକୁ ଉଦ୍ଧାର କରିଛି ପୋଲିସ । ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କେମିତି ସେମାନେ ଅପହରଣ କଲେ ଓ ହତ୍ୟା କରି ଶବକୁ ପୋତିଦେଲେ ତାର ଡେମୋ ଦେଖାଇଛନ୍ତି ।
୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଅଭିଯୁକ୍ତ ହେଉଛନ୍ତି କୃଷ୍ଣଚନ୍ଦ୍ର ନାୟକ, ଭାଗ୍ୟଧର ନାୟକ, ବିବେକ ନାୟକ । ଅଭିଯୁକ୍ତଙ୍କ ଘର ନୟାଗଡ଼ ହୋଇଥିବା ବେଳେ ଭୁବନେଶ୍ୱରରେ ରହି ଏମାନେ ଏହି ହତ୍ୟାକାଣ୍ଡ କରିଥିବା ଜଣାପଡ଼ିଛି । ଏହି ହତ୍ୟାକାଣ୍ଡରେ ଯେଉଁ ଦିଗ ସାମନାକୁ ଆସୁଛି, ତାହା ଅତି ସାଂଘାତିକ । ଭୁବନେଶ୍ୱରର ଏକ ୱେବମିଡିଆର ମାଲିକାଣୀ ଏଥିରେ ସଂପୃକ୍ତ ଥିବା ସଂଦେହ କରାଯାଉଛି । ଏକ ଭିଡିଓକୁ ନେଇ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ସହ ତାଙ୍କର ମନାନ୍ତର ହୋଇଥିଲା । ତେବେ ତାଙ୍କର ଭୂମିକାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ହତ୍ୟାକାଣ୍ଡରେ ଆଉ ୫-୬ ଜଣଙ୍କ ସଂପୃକ୍ତି ଥିବା କୁହାଯାଉଛି ।

Get real time updates directly on you device, subscribe now.