ଆଇପିଏଲ୍ ୨୦୨୩ ଫାଇନାଲ୍: ପୁଣି ବର୍ଷା ସାଜିଲା ପ୍ରତିବନ୍ଧକ, ଅଧାରୁ ବନ୍ଦ ହେଲା ମ୍ୟାଚ୍

News across the Earth, news close to your heart, Read Odisha Bhaskar English

ଅହମ୍ମଦାବାଦ: ଆଇପିଏଲ ଫାଇନାଲ ମ୍ୟାଚରେ ବଡ଼ ପ୍ରତିବନ୍ଧକ ସାଜିଛି। ପ୍ରଥମ ଇନିଂସ ସାରିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭରୁ ହିଁ ମୁଷଳ ଧାରାରେ ବର୍ଷା ହୋଇଛି। ବର୍ଷା ଯୋଗୁଁ ମ୍ୟାଚ୍ ବନ୍ଦ ହୋଇଯାଇଛି। ଚେନ୍ନାଇର ଇନିଂସରେ ମାତ୍ର ତିନୋଟି ବଲ ଖେଳାଯାଇଛି। ଖେଳ ବନ୍ଦ ହେବା ପର୍ଯ୍ୟନ୍ତ କୌଣସି କ୍ଷତି ନକରି CSK ର ଚାରି ରନ୍ ସ୍କୋର କରିଛି। ବର୍ଷା ବହୁତ ଜୋର୍ ରେ ହେଉଥିବାରୁ ମ୍ୟାଚ୍ ଆରମ୍ଭ କରିବାରେ ବିଳମ୍ବ ହୋଇପାରେ। କାରଣ ବର୍ଷା ସାଙ୍ଗକୁ ପ୍ରବଳ ପବନ ମଧ୍ୟ ହେଉଛି, ସେଥିପାଇଁ ଗ୍ରାଉଣ୍ଡ ଘୋଡାଇବା ପାଇଁ ଟିକିଏ କଷ୍ଟ ହେଉଛି।

ଫାଇନାଲ ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା। ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ ଆଗରେ ଚାରି ୱିକେଟ୍ ହରାଇ ୨୧୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଗୁଜରାଟ ପାଇଁ ସାଇ ସୁଦର୍ଶନ ୪୭ ଭକ୍ଷଲକ୍ସର ୯୬ ରନ୍‌ର ଦୁର୍ଦଶ ଇନିଂସ ଖେଳିଥିଲେ । ତେବେ ଗୁଜୁରାଟର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ଧୋନିଙ୍କ ଦଳ ପାଇଁ ଏହି ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ କଷ୍ଟକର ହେବ। ଅନ୍ୟପଟେ ଏବେ ବର୍ଷା ହେବା ପରେ ମ୍ୟାଚର ଗତି କେଉଁ ଆଡେ ଯାଉଛି ତାହା ଦେଖିବା ବାକି ରହିଲା।

Get real time updates directly on you device, subscribe now.