fbpx

ଘରର ଏହି ସ୍ଥାନରେ ଲଗାନ୍ତୁ ପବିତ୍ର ତୁଳସୀ ଗଛ: ଦୂର ହେବ ଆର୍ଥିକ ସମସ୍ୟା, ବର୍ଷିବ ଧନ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ତୁଳସୀ ଗଛର ମାନ୍ୟତା ବହୁ ଉଚ୍ଚରେ ରହିଛି । ଏହାକୁ ହନ୍ଦୁ ଶାସ୍ତ୍ରରେ ମା ବୃନ୍ଦାବତୀ ଭାବରେ ମଧ୍ୟ ପୂଜା କରାଯାଏ । କୁହାଯାଏ ଯେ, ତଳସୀ ହେଉଛି ମା’ ଲକ୍ଷ୍ମୀଙ୍କ ରୂପ । ତେଣୁ ଯେଉଁ ଘରେ ତୁଳସୀ ଗଛ ରହିଛି, ସେଠାରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହାସହିତ ମାହାଲରେ ଏକ ସକରାତ୍ମକ ଚିନ୍ତାଧାରା ମଧ୍ୟ ଜାଗ୍ରତ ହୋଇଥାଏ । ଯଦି ଘରେ ତଳସୀ ଗଛ ସଠିକ ସ୍ଥାନରେ ଲଗାଯାଏ ତେବେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି । ସେମାନଙ୍କ ଘରେ ଖୁସି ସମୃଦ୍ଧି ସହ ଧନବର୍ଷା ମଧ୍ୟ ହୋଇଥାଏ ।

ସାଧାରଣତଃ ତଳସୀ ଗଛ ମୁଖ୍ୟ ଦ୍ୱାରରେ ଲଗାଯାଏ । ଏହାଦ୍ୱାରା ଘରେ ଏକ ସକରାତ୍ମକ ଚେତନା ଜାଗ୍ରତ ହୋଇଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ରରେ ତଳସୀ ଗଛ ଲଗାଇବା ପାଇଁ ଆହୁରି ଅନେକ ସ୍ଥାନ ରହିଛି । ତେଣୁ ଆପଣ ଆବଶ୍ୟକତା ଏବଂ ମନୋକାମନା ଅନୁସାରେ ଘରେ ତୁଳସୀ ଗଛ ରଖନ୍ତୁ ।

ଯଦି ଆପଣଙ୍କ ପରିବାରରେ ମିଛରେ ଏବଂ ବିନା କାରଣରେ ମତଭେଦ ହେଉଛି କିମ୍ବା ଝଗଡା ଲାଗି ରହୁଛି, ତେବେ ଆପଣ ଏକ ତୁଳସୀ ଗଛକୁ ଆଣି ଘରର ରୋଷେଇ ଶାଳା ନିକଟରେ ରଖି ଦିଅନ୍ତୁ । ଏହାଦ୍ୱାରା ଘରକୁ ପୁଣିଥରେ ଶାନ୍ତି ଫେରି ଆସିବ ।

ଆର୍ଥିକ ସଂକଟରୁ ମୁକ୍ତି ପାଇବାକୁ ହେଲେ ଘରର ଇଶାନ କୋଣରେ ତୁଳସୀ ଗଛଟିଏ ରଖିଦିଅନ୍ତୁ । ଏହାବ୍ୟତୀତ ପ୍ରତ୍ୟେକ ସନ୍ଧ୍ୟାରେ ଏଠାରେ ଦୀପ ପ୍ରଜ୍ୱଳନ କରନ୍ତୁ । ଏପରି କରିବା ଦ୍ୱାରା ଅଳ୍ପ ଦିନ ମଧ୍ୟରେ ଆୟ ବୃଦ୍ଧି ପାଇବ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇପାରିବ ।

ତୁଳସୀ ଗଛ ପୂଜନୀୟ ହୋଇଥାଏ ଏବଂ ସକରାତ୍ମକ ଚିନ୍ତାଧାରା ଉଜାଗର କରିଥାଏ । ତେବେ ଘରେ କୌଣସି ବାସ୍ତୁ ଦୋଷ ଦୂର କରିବା ପାଇଁ ତୁଳସୀ ଗଛ ଖୁବ ଉପକାରୀ ହୋଇଥାଏ । ତେଣୁ ତୁଳସୀ ଗଛକୁ ଦକ୍ଷିଣ-ପୂର୍ବ ଏବଂ ଉତ୍ତ-ପଶ୍ଚିମ ମଧ୍ୟରେ ଗୋଟିଏ ସ୍ଥାନରେ ରଖି ଦିଅନ୍ତୁ । ଏହା ବାସ୍ତୁ ଦୋଷ ଦୂର କରିବ ।

ତୁଳସୀ ଗଛ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ । କିନ୍ତୁ ଏହାକୁ ଭୁଲ ଦିଗରେ ରଖାଗଲେ ନାନା ଅସୁବିଧା ମଧ୍ୟ ସୃଷ୍ଟି ହୋଇଥାଏ । ଏଭଳି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ଭୁଲରେ ତୁଳସୀ ଗଛକୁ ଘରର ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ଏହା ଧନହାନୀର ଏକ ବଡ କାରଣ ହୋଇପାରେ ।

Get real time updates directly on you device, subscribe now.