fbpx

ଏହି ଭାରତୀୟ କମ୍ପାନୀର ଅଭିନବ ପ୍ରୟାସ: ଡ୍ୟୁଟି ସମୟ ପରେ ଆପେ ବନ୍ଦ ହୋଇଯାଉଛି କମ୍ପ୍ୟୁଟର

Advertisement

ନୁଆଦିଲ୍ଲୀ: କର୍ମଚାରୀ ମାନଙ୍କୁ ଭଲ ମନରେ କାଯ୍ୟ କରିବେ, ସେଥିପାଇଁ ବିଭୀନ୍ନ କମ୍ପାନୀ ଅନେକ ପଦକ୍ଷେପ ନେଉଛନ୍ତି । ଯେପରି କର୍ମଚାରୀମାନେ କାର୍ଯ୍ୟଭାର ଅନୁଭବ କରିବେ ନାହିଁ କିମ୍ବା, କମ୍ପାନୀର କାର୍ଯ୍ୟ ପ୍ରଭାବିତ ହେବ ନାହିଁ । କାର୍ଯ୍ୟ-ଜୀବନ ସନ୍ତୁଳନକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ସଫ୍ଟୱେର୍ ଫାର୍ମ ଟାଇମ୍ ଟ୍ରାକର୍ ବ୍ୟବହାର କରିବା ଆରମ୍ଭ କରିଛି ଯାହା ଅଫିସ୍ କମ୍ପ୍ୟୁଟରକୁ ଲକ୍ କରିଥାଏ ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ସିଫ୍ଟ ସମୟ ସରିବା ପରେ ‘ଦୟାକରି ଘରକୁ ଯାଆନ୍ତୁ’ ବୋଲି କହିଥାଏ ।

No alternative text description for this image

ସଫ୍ଟୱେର୍ ଫାର୍ମର ସିଇଓ ଅଜୟ ଗୋଲାନି ଗଣମାଧ୍ୟମକୁ କହିଛନ୍ତି ଯେ ଦୀର୍ଘ କାର୍ଯ୍ୟ ସମୟ ଏବଂ ସମୟ ପରିଚାଳନା କର୍ମଚାରୀଙ୍କ ମଧ୍ୟରେ ଚିନ୍ତାର କାରଣ, ଏହି ପଦକ୍ଷେପ ସେମାନଙ୍କ ଦ୍ୱାରା ନିଆଯାଇଛି ।

ଗୋଲାନି କହିଛନ୍ତି, ‘ଆମେ ଏକ ମୋବାଇଲ୍ ଆପ୍ଲିକେସନ୍ ବିକାଶ କରୁଥିବା କମ୍ପାନୀ । ସମୟ ପରିଚାଳନା ଏବଂ ଦୀର୍ଘ କାର୍ଯ୍ୟ ସମୟ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ଅଟେ । ତେଣୁ ଆମର ସିଷ୍ଟମରେ ଟାଇମ୍ ଟ୍ରାକର୍ ଅଛି ।’

ସେ କହିଛନ୍ତି ଯେ ସିଫ୍ଟ ସମୟ ଶେଷ ହେବା ସହିତ ଅଫିସ୍ କମ୍ପ୍ୟୁଟରର ସ୍କ୍ରିନରେ ଏକ ପପ୍‌ଅପ୍ ଦେଖାଯାଏ ଯେଉଁଥିରେ ଲେଖାଥିଲା, ‘ସିଷ୍ଟମ ୧୦ ମିନିଟରେ ବନ୍ଦ ହୋଇଯିବ । ଦୟାକରି ଘରକୁ ଯାଆନ୍ତୁ !!’

 

Get real time updates directly on you device, subscribe now.