ପୁରୀ: ରକ୍ଷକ ଯଦି ଭକ୍ଷକ ସାଜେ ତେବେ ଦୋଷ ଦେବା କାହାକୁ । ଯଦି ଥାନାରେ ମହିଳା କର୍ମଚାରୀ ସୁରକ୍ଷିତ ନୁହନ୍ତି ତେବେ ଅଭିଯୋଗ କରିବାକୁ ଆସୁଥିବା ମହିଳା ମାନେ କେତେ ସୁରକ୍ଷିତ ଥରେ ଚିନ୍ତା କରନ୍ତୁ ।
ରାମଚଣ୍ଡୀ ଥାନା ଓଓଉଙ୍କ ବିରୁଦ୍ଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ପୁରୀ ଏସପିଙ୍କ ସାମ୍ନାରେ ଫେରାଦ ଦେଇଛନ୍ତି ପୀଡ଼ିତା ମହିଳା କନଷ୍ଟେବଳ ।
ମାମଲା କ’ଣ?
ଗତ ୧୫ ତାରିଖରେ ପୁରୀ ଜିଲ୍କା କୋଣାର୍କ ବେଳାମାର୍ଗ ସ୍ଥିତ ରାମଚଣ୍ଡୀ ଥାନା ଆଇଆଇସି ସୁରେଶ ଚନ୍ଦ୍ର ପୃଷ୍ଟି ସେହି ଥାନାରେ କାର୍ୟ୍ୟରତ ଜଣେ ମହିଳା କନେଷ୍ଟବଳଙ୍କୁ ବିଳମ୍ବିତ ରାତ୍ରିରେ ଫୋନ କରି ଡାକିଥିଲେ । ତାଙ୍କର ଡ୍ୟୁଟି ନାହିଁ କାହିଁକି ଯିବେ ବୋଲି ପ୍ରଶ୍ନ କରିଥିଲେ ମହିଳା କନଷ୍ଟେବଳ ।
ପରେ ଆଇ ଆଇ ସି ଘର କବାଟ ବାଡ଼େଇବାପରେ ସେ କବାଟ ନଖୋଲିବାରୁ ମୁଁ କଣ ନିରାଶ ହୋଇ ଫେରିବି ? ବୋଲି ଆଇଆଇସି ମହିଳା କନଷ୍ଟେବଳଙ୍କୁ ପ୍ରଶ୍ନ କରିଥିଲେ ।
ଏହି ଘଟଣା ତାଙ୍କୁ ମାନସିକ ନିର୍ୟାତନା ଦେଇଥିବା ଅଭିଯୋଗ କରି ଘଟଣାର ତଦନ୍ତ କରି କାର୍ୟ୍ୟାନୁଷ୍ଠାନ ଦାବିରେ ମହିଳା କନେଷ୍ଟବଳ ଜଣଙ୍କ ପୁରୀ ଏସ ପିଙ୍କ ଦ୍ୱାରାସ୍ତ ହୋଇଥିଲେ ।
ଘଟଣାର ତଦନ୍ତ: ଏସପିଙ୍କ ନିର୍ଦ୍ଦେଶରେ ଗତକାଲି ବିଳମ୍ବିତ ରାତ୍ରୀ ପର୍ୟ୍ୟନ୍ତ ଦୁଇଜଣ ମହିଳା ଅଧିକାରୀ ଓ ନିମାପଡ଼ା ଏସଡିପିଓ ଘଟଣାର ତଦନ୍ତ କରିଥିଲେ ।
ଏହା ସହ ଉଭୟ ପକ୍ଷଙ୍କୁ ପଚରାଉଚରା କରିବା ସହ ଥାନାର ସିସିଟିଭି ଫୁଟେଜ ଯାଞ୍ଚ କରିଛନ୍ତି ଓ ମହିଳା କନେଷ୍ଟବଳଙ୍କୁ ପୁରୀ ଜିଲ୍ଲା ହେଡକ୍ୱାର୍ଟରକୁ ବଦଳି କରାଯାଇଛି ।
ସମ୍ପୃକ୍ତ ଆଇଆଇସି କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ସିସିଟିଭି ଯାଞ୍ଚ କରାଯାଉ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି ।