fbpx

ଏବର୍ଷ ବି ଯୁକ୍ତ ଦୁଇରେ ୭୦% ସିଲାବସ୍, ଏପରି ରହିବ ପରୀକ୍ଷା ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ ଦୁଇ ସିଲାବସ୍ ହ୍ରାସ ପାଇବ । ଏବର୍ଷ ବି ଯୁକ୍ତ ଦୁଇରେ ସିଲାବସ୍ ୩୦% ହ୍ରାସ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା କରାଯିବ । ଶ୍ରେଣୀରେ ୩ଟି ଇଣ୍ଟରନାଲ୍ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ ସୁଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ମହାମାରୀ ପାଇଁ ପରୀକ୍ଷା ବନ୍ଦ ହେଲେ ଟର୍ମିନାଲ ପରୀକ୍ଷା ଭିତ୍ତିରେ ରେଜଲ୍ଟ ପ୍ରକାଶ ପାଇବ । ପ୍ରତିି କ୍ୱାଟର୍ ରେ ୩୦ ମାର୍କ ବିଶିଷ୍ଟ ଟର୍ମିନାଲ ପରୀକ୍ଷା ହେବ । ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ରହିବ । ସମସ୍ତ ଟର୍ମିନାଲ୍ ପରୀକ୍ଷା ସଂପୃକ୍ତ କଲେଜ୍ ପରିଚାଳନା କରିବ । ପ୍ରଥମ ବର୍ଷ ଶେଷରେ ଓ ୨ୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା କରାଯିବ । ମହାମାରୀ ସ୍ଥିତି ଉପଜୁିଲେ ବାର୍ଷିକ ପରୀକ୍ଷାକୁ ଆଧାର କରି ରେଜଲ୍ଟ ବାହାରିବ ।

Get real time updates directly on you device, subscribe now.