fbpx
BSKY
BJD SHG SKY
BJD MC SKY

Independence Dayରେ ବିଶ୍ୱକର୍ମା ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ: ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଉପହାର

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ଭାରତ ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳନ କରାଯାଉଛି । ରାଜଧାନୀ ଦିଲ୍ଲୀର ଲାଲକିଲାଠାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ସମଗ୍ର ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ସ୍ୱତନ୍ତ୍ର ସମ୍ବୋଧନ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ଦେଶବାସୀଙ୍କ ପାଇଁ ବଡ଼ ଉପହାର ଦେଇଛନ୍ତି ପିଏମ ମୋଦୀ । ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ତରଫରୁ ବିଶ୍ୱକର୍ମା ଯୋଜନା ଲଞ୍ଚ କରାଯିବା ନେଇ ଘୋଷଣା କରାଯାଇଛି ।

ଲାଲକିଲାରୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ ବିଶ୍ୱକର୍ମା ଯୋଜନା ଆଣିବାକୁ ଯାଉଛନ୍ତି । ଆସନ୍ତା ମାସରେ ବିଶ୍ୱକର୍ମା ଜୟନ୍ତୀ ଅବସରରେ ୧୩ ହଜାର ୧୫ ହଜାର କୋଟି ଟଙ୍କାର ଯୋଜନା ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିବାକୁ ଯାଉଛନ୍ତି ପିଏମ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଦଶମ ସ୍ୱାଧୀନତା ଦିବସ ଅଭିଭାଷଣ ପ୍ରଦାନ କରିବା ସହ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ତାଙ୍କର ଶେଷ ସୂଚନା ଦେଇ କହିଛନ୍ତି ଯେ MUDRA ଯୋଜନା ଏବଂ କ୍ଷୁଦ୍ର ଉଦ୍ୟୋଗୀ ଉଦ୍ୟୋଗ ଅଧୀନରେ ଏନଡିଏ ସରକାର ଅଧିକ ନିଯୁକ୍ତି ସୃଷ୍ଟି କରୁଛନ୍ତି।

Get real time updates directly on you device, subscribe now.