fbpx

ଜାତୀୟ ସଙ୍ଗୀତ ସଂକ୍ଷିପ୍ତରେ କେବେ ଗାଆନ୍ତି? ଜାଣନ୍ତୁ ଏହା କେତେ ସେକେଣ୍ଡର 

ନୂଆଦିଲ୍ଲୀ : ଆଜି ଆମ ଦେଶ ୭୭ତମ ସ୍ୱାଧିନତା ଦିବସ ପାଳନ କରୁଛି । ଯେତେବେଳେ ବି ଭାରତର ଜାତୀୟ ସଙ୍ଗୀତ ଗାନ କରାଯାଏ, ସେତେବେଳେ ଭାରତୀୟ ମାନଙ୍କ ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଏ । ଆମେ ସମସ୍ତେ ଜାଣନ୍ତି ଯେ, ଉଚିତ ଶିଷ୍ଠତା ଏବଂ ଉଚିତ ନିୟମରଚ ପାଳନ କରି ପୁରା ଜାତୀୟ ସଙ୍ଗୀତ ୫୨ ସେକେଣ୍ଡ ବାଇବାର ନିୟମ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି, କିଛି ବିଶିଷ୍ଟ ଅବସରରେ ରାଷ୍ଟ୍ର ଗୀତ ସଂକ୍ଷିପ୍ତରେ ମଧ୍ୟ ଗାନ କରାଯାଏ । ଆସନ୍ତୁ ଜାଣିବା ଜାତୀୟ ଗୀତ ସଂକ୍ଷିପ୍ତରେ ଗାଇବା ପାଇଁ କେତେ ସେକେଣ୍ଡ ଲାଗେ ଏବଂ ଏହାର କତେ ଅଂଶ ସଂକ୍ଷିପ୍ତରେ ଗାନ କରାଯାଏ ।

କେତେ ସମୟରେ ଗାନ କରାଯାଏ ସଂକ୍ଷିପ୍ତ ରାଷ୍ଟ୍ରଗାନ :
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ସଙ୍ଗୀତ ଗାନ କରିବାକୁ ୨୦ ସେକେଣ୍ଡ ସମୟ ଲାଗିବ। ଏହି ସମୟରେ ଜାତୀୟ ସଂଗୀତର ପ୍ରଥମ ଏବଂ ଶେଷ ଧାଡି ଗାନ କରାଯାଏ କିମ୍ବା ବାଜାଯାଏ । ଯାହା ଏହିପରି ଅଟେ-

ଜନ-ଗଣ ମନ ଅଧିନାୟକ ଜୟ ହେ
ଭାରତ-ଭାଗ୍ୟ ବିଧାତା ।
ଜୟ ହେ, ଜୟ ହେ,ଜୟ ହେ, ଜୟ ଜୟ ଜୟ ହେ ।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସଂକ୍ଷୀପ୍ତରେ ଜାତୀୟ ସଙ୍ଗୀତ ଗାନ କରିବା ସମୟରେ ଏକା ସ୍ୱରରେ ଗାଇବାର ନିୟମ ରହିଛି ।

Get real time updates directly on you device, subscribe now.