BIG BREAKING: ଏହି ଦିନଠୁ ପିଏମ୍ ଆବାସ ବଣ୍ଟନ ଆରମ୍ଭ, ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ମିଳିବ ଘର

ନଭେମ୍ବରରୁ ଆରମ୍ଭ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା । ପର୍ଯ୍ୟାୟ କ୍ରମେ ଆବାସ ଘର ଦେବେ ରାଜ୍ୟ ସରକାର ।

ନୂଆଦିଲ୍ଲୀ: ଘର ଖଣ୍ଡେ ପାଇଁ ଅନେଇ ବସିଥିବା ଲକ୍ଷ ଲକ୍ଷ ପରିବାର ପାଇଁ ଆସିଲା ଖୁସି ଖବର । ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ ଆବାସ ଯୋଜନା ବଣ୍ଟନ ପ୍ରକ୍ରିୟା। ପର୍ୟ୍ୟାୟ କ୍ରମେ ଲୋକଙ୍କୁ ଦିଆଯିବ ଆବାସ ଘର । ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି ।

ଭାଗ ହୋଇଥିବା ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମଧ୍ୟ ଘର ଦେବେ ସରକାର। ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତଦ୍ୟୋୟ ଯୋଜନାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ ସରକାର । ପରେ ପର୍ୟ୍ୟାୟ କ୍ରମେ ଘର ପାଇବେ ହିତାଧିକାରୀ ।