fbpx

ମୁଖ୍ୟମନ୍ତ୍ରୀଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀଙ୍କ ଭିଣୋଇ ସନ୍ନି ମେହେଟ୍ଟାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୋଦି । ଏହାସହ ନବୀନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସନ୍ନି ମେହେଟ୍ଟା ନବୀନଙ୍କ ଭଉଣୀ ଗୀତା ମେହେତାଙ୍କ ସ୍ୱାମୀ । ସନ୍ନି ମେହେଟ୍ଟା ଦେଶର ଜଣେ ବିଶିଷ୍ଟ ପ୍ରକାଶକ ଓ ସମ୍ପାଦକ ଥିଲେ । ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସନି ମେହେଟ୍ଟା ଏବେ Alfred A। Knopf ର ସମ୍ପାଦକ ଥିଲେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସର୍ବଶ୍ରେଷ୍ଠ ବିକ୍ରି ପୁସ୍ତକ ପ୍ରକାଶ କରିଥିଲେ ସନ୍ନି ମେହେଟ୍ଟା ।

Get real time updates directly on you device, subscribe now.