fbpx
BSKY
BJD MC SKY
BJD YOUTH SKY

ପ୍ରାକୃତିକ ବିପର୍ଯ୍ୟୟରେ କୃଷକଙ୍କୁ ମିଳିବ ଫସଲ ବୀମା ଯୋଜନାର ଫାଇଦା, ସବସିଡି ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ୍

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ କୃଷକଙ୍କ ହିତ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା । ଏହି ଯୋଜନା ଅନୁସାରେ କୃଷକମାନଙ୍କୁ ନିଜ ଫସଲ ପାଇଁ ପ୍ରାକୃତିକ ବିପର୍ଯ୍ୟୟରେ ହେଉଥିବା କ୍ଷତିରୁ ରକ୍ଷା ପାଇବା ପାଇଁ ବୀମା ପ୍ରଦାନ କରାଯାଇଥାଏ । ଏହି ଯୋଜନା ମାଧ୍ୟମରେ କୃଷକଙ୍କୁ ବୀମା ପ୍ରିମିୟମର କେବଳ ୫୦ ପ୍ରତିଶତ ଭାଗ ଦିଆଯାଏ । ସେହିପରି ୫୦ ପ୍ରତିଶତ ଭାଗ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ପକ୍ଷରୁ ସବସିଡି ଭାବେ ପ୍ରଦାନ କରାଯାଏ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ କୃଷକଙ୍କୁ ଫସଲ ନଷ୍ଟ ହେବାର ବୀମା ଦିଆଯାଇଥାଏ । ଯୋଜନା ଜରିଆରେ ରବୀ ଫସଲ ପାଇଁ ବୀମାର ପ୍ରିମିୟମ ୧.୫ ପ୍ରତିଶତ ଅଟେ । ସେତେବେଳେ ସରକାର ୫୦ ପ୍ରତିଶତ ସବସିଡି ଦିଅନ୍ତି । ଯାହାର ଅର୍ଥ କୃଷକମାନଙ୍କୁ ମାତ୍ର ୦.୭୫ ପ୍ରତିଶତ ପ୍ରିମିୟମର ପେମେଣ୍ଟ କରିବାକୁ ପଡିଥାଏ ।

ଏହି ଡକ୍ୟୁମେଣ୍ଟର ହେବ ଆବଶ୍ୟକ:
-ଫସଲ ବୀମା ପାଇଁ ଆବେଦନ ପତ୍ର
-ଫସଲ ବୁଣିବାର ପ୍ରମାଣ ପତ୍ର
-ଜମିର ନକ୍ସା
-ଜମିର ବି-୧ର କପି
-କୃଷକଙ୍କ ଆଧାର କାର୍ଡ
-ବ୍ୟାଙ୍କ ପାସବୁକ
-ପାସପୋର୍ଟ ସାଇଜ ଫଟୋ

ଫସଲ ବୀମା ଯୋଜନାର ଲାଭ ନେବା ପାଇଁ କୃଷକମାନଙ୍କୁ କରିବାକୁ ହେବ ଏହି ପ୍ରଣାଳୀ:
-ଆବେଦନ କରିବା ପାଇଁ କୃଷକ ନିଜ ଜିଲ୍ଲାର ବ୍ୟାଙ୍କ ବା କୃଷି କାର୍ଯ୍ୟାଳୟକୁ ଯିବାକୁ ହେବ ।
-କୃଷକଙ୍କୁ ଫସଲ ବୀମା ଯୋଜନାର ଆବେଦନ ପତ୍ର ଭରିବାକୁ ହେବ ।
-ଅବେଦନ ପତ୍ରରେ କୃଷକକୁ ନିଜ ଫସଲର ସୂଚନା, ଭୂମିର ସୂଚନା, ବୀମା ରାଶିର ସୂଚନା ଦାଖଲ କରିବାକୁ ପଡିବ ।
-କୃଷକ ଜଣକ ଆବେଦନ ପତ୍ର ସହ କୃଷକଙ୍କୁ ନିଜ ଫସଲର ଆଧାର କାର୍ଡ, ଜମିର ପଟ୍ଟା ଏବଂ ଅନ୍ୟ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାକୁ ହେବ ।
-କୃଷକ ଭାଇ ବ୍ୟାଙ୍କ ବା କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷକଙ୍କ ଅବେଦନ ପତ୍ର ସ୍ୱୀକାର କରାଯିବ ।
-ଏହାପରେ କୃଷକଙ୍କୁ ବୀମା ପ୍ରିମିୟମ ପେମେଣ୍ଟ କରିବାକୁ ପଡିବ ।
-ବୀମା ପ୍ରିମିୟମର ପେମେଣ୍ଟ ହେବା ପରେ କୃଷକ ବୀମା ପଲିସି ମିଳିଯିବ ।

Get real time updates directly on you device, subscribe now.