fbpx

ଦ୍ୱାଦଶ କିସ୍ତି ପୂର୍ବରୁ ପିଏମ କିଷାନର ନିୟମରେ ବଡ ପରିବର୍ତ୍ତନ! ଜମା କରନ୍ତୁ ଏହି ଡକ୍ୟୁମେଣ୍ଟ, ଆକାଉଣ୍ଟକୁ ଆସିବ ୪୦୦୦ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାରେ ପୁଣି ଏକ ବଡ଼ ପରିବର୍ତ୍ତନ ଘଟିଛି । ବର୍ତ୍ତମାନ କିଷାନ ଯୋଜନାରେ ପଞ୍ଜୀକରଣ ପାଇଁ ରାସନ କାର୍ଡ ବାଧ୍ୟତାମୂଳକ କରାଯାଇଛି । ଯଦି ଆପଣ କିଷାନ ଯୋଜନାର ହିତାଧିକାରୀ , ତେବେ ତୁରନ୍ତ ପ୍ରସ୍ତୁତ ରାସନ କାର୍ଡ ପାଇଁ ଆପ୍ଲାଏ କରନ୍ତୁ ।

ପିଏମ କିଷାନ ପୋର୍ଟାଲରେ ରାସନ କାର୍ଡ ନମ୍ବର ଏଣ୍ଟ୍ର କରିବା ବାଧ୍ୟତାମୂଳକ ହୋଇଛି । ଆପଣ ମଧ୍ୟ ନିଜ ପଞ୍ଜୀକରଣରେ ରାସନ କାର୍ଡ ନମ୍ବର ଦେବା ପାଇଁ ବାଧ୍ୟତାମୂଳକ । ରାସନ କାର୍ଡର ବାଧ୍ୟତାମୂଳକ ସହିତ ପଞ୍ଜୀକରଣ ସମୟରେ ପ୍ରମାଣପତ୍ରର କେବଳ ସଫ୍ଟ କପି (ପିଡିଏଫଡ) ପ୍ରସ୍ତୁତ କରି ପୋର୍ଟାଲରେ ଅପଲୋଡ୍ ମଧ୍ୟ କରିବାକୁ ପଡ଼ିବ । ଏହା ବ୍ୟତୀତ ଚାଷୀମାନଙ୍କ ପାଇଁ କେୱାଇସିକୁ ବାଧ୍ୟତାମୂଳକ କରାଯାଇଛି ।

ରେଜିଷ୍ଟ୍ରେସନ୍ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ୍ :-

୧. ବ୍ୟାଙ୍କ ଆକାଉଣ୍ଟ ନମ୍ବର ରହିବା ବାଧ୍ୟତାମୂଳକ କାରଣ ସରକାର ଡିପିଟି ମାଧ୍ୟମରେ ଚାଷୀଙ୍କୁ ଟଙ୍କା ଟ୍ରାନ୍ସଫର କରନ୍ତି ।
୨. ବ୍ୟାଙ୍କ ଆକାଉଣ୍ଟକୁ ଆଧାର ସହିତ ଲିଙ୍କ୍ କରିବା ଆବଶ୍ୟକ ।
୩. ଆଧାର କାର୍ଡ ରହିବା ବାଧ୍ୟତାମୂଳକ । ଏହା ବିନା ଆପଣ ଏହି ଯୋଜନାର ଲାଭ ଉଠାଇବାକୁ ସମର୍ଥ ହେବେ ନାହିଁ ।
୪. ପିଏମ କିଷାନର ୱେବସାଇଟ୍ pmkisan.gov.inରେ ଆପଣଙ୍କର ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
୫. ଆଧାରକୁ ଲିଙ୍କ୍ କରିବା ପାଇଁ ଆପଣ ‘Farmer Corner’ର ବିକଳ୍ପକୁ ଯାଆନ୍ତୁ ଏବଂ Edit Aadhaar Detail ଅପସନ୍ ଉପରେ କ୍ଲିକ୍ କରି ଅପଡେଟ୍ କରନ୍ତୁ ।

ଚାଷୀଙ୍କ ଆକାଉଣ୍ଟରେ ୪ ହଜାର ଟଙ୍କା ଆସିବ କି?
ତେବେ ଏହି ଯୋଜନା ଅଧୀନରେ, ଯେଉଁ କୃଷକଙ୍କ ଆକାଉଣ୍ଟକୁ ପିଏମ କିଷାନର ୧୧ ତମ କିସ୍ତି ଆସିନାହିଁ, ସେମାନେ ବର୍ତ୍ତମାନ ପରବର୍ତ୍ତୀ କିସ୍ତି ସହିତ ପୂର୍ବ ରାଶି ପାଇବେ । ଅର୍ଥାତ୍ କୃଷକମାନେ ବର୍ତ୍ତମାନ ୪୦୦୦ ଟଙ୍କା ପାଇବେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ବର୍ତ୍ତମାନ ଚାଷୀମାନେ ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାର ୧୧ ଟି କିସ୍ତି କୃଷକଙ୍କ ଆକାଉଣ୍ଟରେ ଜମା ହୋଇଛି ।

Get real time updates directly on you device, subscribe now.