fbpx

ନୂଆବର୍ଷରେ କୃଷକଙ୍କୁ ଭେଟି ଦେବେ ପ୍ରଧାନମନ୍ତ୍ରୀ, ଆକାଉଣ୍ଟକୁ ପଠାଯିବ ଏହି ଯୋଜନାର କିସ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ଜାନୁଆରୀରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥି କୃଷକ ପରିବାରଙ୍କୁ ୨୦,୦୦୦ କୋଟିରୁ ଅଧିକ ରାଶିର ହସ୍ତାନ୍ତର କରାହେବ । କୃଷକ ପରିବାରକୁ ବର୍ତ୍ତମାନ ସୁଧା ୧.୬ ଲକ୍ଷ କୋଟି ଟଂକାର ରାଶି କୃଷକ ମାନଙ୍କୁ ଦିଆ ସରିଲାଣି ।

ବୁଧବାର ଦିନ ପ୍ରଧାନ ମନ୍ତ୍ରୀ କାର୍ଯ୍ୟାଳୟ ସୁତ୍ରରୁ କୁହାଯାଇଛି ଯେ ତୁଣମୂଳ ସ୍ତରରୁ କୃଷକ ମାନଙ୍କୁ ସଶକ୍ତ ଭାବରେ ଗଢିବା ପାଇଁ ନରେନ୍ଦ୍ର ମୋଦୀ ସଂକଳ୍ପ ବଦ୍ଧ । ମୋଦି ୧ ଜାନୁଆରୀ ୨୦୨୨, ଦିବା ୧୨.୩୦ ରେ ଭିଡିଓ କନଫୋରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତିର ଲାଭ କିସ୍ତି ପଠାଇବେ । ଏଥିରେ ୧୦ କୋଟିରୁ ଅଧିକ ଲାଭାର୍ଥୀ ପରିବାରକୁ ୨୦,୦୦୦ କୋଟିରୁ ଅଧିକ ଟଂକା ହସ୍ତାନ୍ତକରଣ କରାଯିବ ।

Get real time updates directly on you device, subscribe now.