fbpx
BSKY SKY
BSKY SKY

ପିଏମ କିଷାନର ବଡ଼ ଅପଡେଟ: ଏହି ମାସରେ ଆସିପାରେ ୧୪ତମ କିସ୍ତି, ପାଖରେ ରଖିଥାଆନ୍ତୁ ଏହି ଡକ୍ୟୁମେଣ୍ଟ

BSKY

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିର ତାରିଖ ଶୀଘ୍ର କରିପାରନ୍ତି କେନ୍ଦ୍ର ସରକାର । ଏହି କିସ୍ତି ଏପ୍ରିଲ ଓ ଜୁଲାଇ ୨୦୨୩ ମଧ୍ୟରେ ମିଳିବାର ଆଶଙ୍କା ରହିଛି । ତେବେ ଏହାର ୧୩ତମ କିସ୍ତି ୨୬ ଫେବ୍ରୁଆରୀ ୨୦୨୩ରେ ଜାରି କରାଯାଇଥିଲା । ଏପରି ପରିସ୍ଥିତିରେ ଏହି ଯୋଜନାରେ ସାମିଲ ହୋଇଥିବା ନୂଆ ଚାଷୀଙ୍କୁ ପରବର୍ତ୍ତୀ କିସ୍ତିର ଲାଭ ଉଠାଇବା ପାଇଁ ଶୀଘ୍ର ଆବେଦନ କରିବାକୁ ପଡ଼ିବ । ଏହା ପୂର୍ବରୁ ଯେଉଁ ଚାଷୀମାନେ ଆବେଦନ କରିସାରିଛନ୍ତି, ସେମାନେ ନିଜ ସ୍ଥିତିର ଯାଞ୍ଚ କରିପାରିବେ ।

ବର୍ତ୍ତମାନ କୃଷକମାନେ ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ସହିତ ପ୍ରାୟ ୯ କୋଟି କୃଷକ ଜଡିତ ଅଛନ୍ତି । ଏହି ଯୋଜନା ଅଧୀନରେ କୃଷକମାନେ ପ୍ରତିବର୍ଷ ୨-୨ ହଜାର ଟଙ୍କା ପାଆନ୍ତି । ସରକାର ଏହି ଯୋଜନାର ହିତାଧିକାରୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଅନ୍ତି । ଏହା ବ୍ୟତୀତ ଏହି ଯୋଜନାରେ ପଞ୍ଜୀକୃତ କୃଷକମାନଙ୍କ ପାଇଁ ସରକାର କିଷାନ କ୍ରେଡିଟ କାର୍ଡ ଆବଶ୍ୟକ କରୁଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବା ।

ଏପରି କରନ୍ତୁ ଆବେଦନ:
– ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ରେଜିଷ୍ଟର କରିବା ପାଇଁ ପ୍ରଥମେ ଯୋଜନାର ଅଫିସିଆଲ ୱେବସାଇଟ www.pmkisan.gov.in କୁ ଯାଆନ୍ତୁ ।
-ଏହାର ହୋମପେଜରେ ‘Farmer’ କର୍ଣ୍ଣରକୁ ଯାଇ ‘New Farmer Ragister’ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ନିଜର ଆଧାର ନମ୍ବର ଦିଅନ୍ତୁ ଓ କ୍ୟାପଚ କୋଡ ଏଣ୍ଟର କରନ୍ତୁ ।
-ପରେ ‘Click Here To Continue’ର ଅପସନ୍ ଉପରେ କ୍ଲିକ୍ କରନ୍ତୁ ।
-ଏହା ପରେ ‘YES’ ଉପରେ କ୍ଳିକ୍ କରି ପିଏମ କିଷାନ ପଞ୍ଜିକରଣ ଫର୍ମ ୨୦୨୩ ପୂରଣ କରନ୍ତୁ ।
-ଫର୍ମ ପୂରଣ କରିବା ପରେ ଏହାକୁ ସବମିଟ କରି ଏହାର ଏକ ପ୍ରିଣ୍ଟଆଉଟ ବାହାର କରନ୍ତୁ ।

ଡକ୍ୟୁମେଣ୍ଟ :-
ଏହି ଯୋଜନାରେ ରେଜିଷ୍ଟ୍ରେସନ କରିବା ପାଇଁ ଆପଣଙ୍କୁ ଆଧାର କାର୍ଡ, ଜମିର କାଗଜପତ୍ର, ନାଗରିକତା ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ପାସପୋର୍ଟ ସାଇଜ୍ ଫଟୋ ଇତ୍ୟାଦି ଡକ୍ୟୁମେଣ୍ଟ ଆବଶ୍ୟକ । ଏହା ବ୍ୟତୀତ ଆପଣଙ୍କୁ ଏହି ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଦେବାକୁ ପଡ଼ିବ, ଯେଉଁଥିରେ ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ମିଳୁଥିବା ଟଙ୍କା ନେବାକୁ ଚାହୁଁଛନ୍ତି । ଏହା ସହ ଆପଣଙ୍କୁ ଏକ ମୋବାଇଲ ନମ୍ବର ଦେବାକୁ ପଡିବ, ଯାହାଫଳରେ ଆପଣଙ୍କୁ ଏଥିରେ ଜଡ଼ିତ ଅପଡେଟ ମେସେଜ୍ ମାଧ୍ୟମରେ ମିଳିବ ।

Get real time updates directly on you device, subscribe now.