fbpx

ଏହି କୃଷକମାନଙ୍କୁ ମିଳିବନି ପିଏମ କିଷାନ ଯୋଜନାର ୧୧ ତମ କିସ୍ତି: ଆସିଲା ବଡ଼ ଅପଡେଟ୍

AAKASH

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ବର୍ଷ ଜାନୁଆରୀରେ ପିଏମ କିଷାନ ଯୋଜନାରେ ଜଡ଼ିତ ସବୁ ପଞ୍ଜୀକୃତ କୃଷକଙ୍କ ଖାତା ରେ ପିଏମ କିଷାନ ସମ୍ମାନ ନିଧିର ୧୦ ମ କିସ୍ତି ଭାବରେ ୨୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି । ଖୁବଶୀଘ୍ର ୧୧ ତମ କିସ୍ତି ମଧ୍ୟ ଟ୍ରାନ୍ସଫର କରାଯିବ ।

ଏପର୍ଯ୍ୟନ୍ତ ପ୍ରାୟ ସବୁ କୃଷକଙ୍କ ଖାତାରେ ଏହି ଟଙ୍କା ପହଞ୍ଚି ଯାଇଛି । ଯଦି କୌଣସି କୃଷକଙ୍କ ଖାତାରେ ଏପର୍ଯ୍ୟନ୍ତ ୧୦ ମ କିସ୍ତି ଟଙ୍କା ପହଞ୍ଚିନାହିଁ । ଏମିତି ହୋଇପାରେ ଯେ ୧୧ ତମ କିସ୍ତି ମଧ୍ୟ ନଆସିପାରେ । ଏମିତି ମଧ୍ୟ ହୋଇପାରେ ପିଏମ କିଷାନ ଯୋଜନାର ସର୍ତ୍ତରେ ଉତୀର୍ଣ୍ଣ ନହେବା କାରଣରୁ ଏହି ଯୋଜନାରୁ ବାହାର କରିଦିଆଯାଇଥାଇପାରେ । ଏଥିପାଇଁ ଆପଣ ପିଏମ କିଷାନ ଯୋଜନାର ୱେବସାଇଟକୁ ଯାଇ ପ୍ରଥମେ ଆପଣଙ୍କ ଷ୍ଟାଟସ ଚେକ୍ କରିନିଅନ୍ତୁ ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.in କୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Corner ସେକ୍ସନର ଭିତରେ Beneficiaries Status ଅପସନ୍ ଉପରେ କ୍ଲିକ କରନ୍ତୁ ।

-ଏହା ପରେ ଆପଣଙ୍କୁ ୱେବସାଇଟରେ ନିଜର ଆଧାର ନମ୍ବର, ମୋବାଇଲ ନମ୍ବର ଭଳି ଆବଶ୍ୟକ ସୂଚନା ଦେବାକୁ ହେବ ।

-ଏହାପରେ ଆପଣଙ୍କୁ ସ୍କ୍ରିନରେ ଏକ ଲିଷ୍ଟ ଆସିବ, ଆପଣ ଏହି ଲିଷ୍ଟରେ ନିଜ ନାମ ଚେକ କରିପାରିବେ ।

Get real time updates directly on you device, subscribe now.