fbpx
BSKY
BJD MC SKY
BJD YOUTH SKY

ପୁଣି ଥରେ ପରଦାକୁ ଫେରିବେ ସୁପରହିଟ୍ ଯୋଡି: ରୀତେଶଙ୍କୁ ମା’ ବନାଇବେ ଜେନେଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜେନେଲିଆ ଡି’ସୁଜା ପୁଣି ଫେରିଲେ ସିନେ ଦୁନିଆକୁ ।ଅଭିନୟ ଜଗତରୁ ଦୀର୍ଘ ଦିନର ବ୍ରେକ ପରେ ପୁଣି କମବ୍ୟାକ କରିଛନ୍ତିି । ଜେନେଲିଆ ପାଖାପାଖି ଦଶ ବର୍ଷ ପରେ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପୁଣି ପାଦ ରଖିବାକୁ ଯାଉଛନ୍ତି । ସେ ଶେଷଥର ପାଇଁ ରିତେଶ ଦେଶମୁଖଙ୍କ ସହ ଫିଲ୍ମ ‘ତେରେ ନାଲ ଲଭ୍ ହୋ ଗୟା’ରେ ନଜର ଆସିଥିଲେ । ଏହାପରେ କିଛି ଚଳଚ୍ଚିତ୍ରରେ କାମ କରିଥିଲେ, କିନ୍ତୁ ସେଥିରେ ତାଙ୍କର କାମିଓ ଥିଲା ।

ଏବେ ଜେନେଲିଆ ପୁଣିଥରେ ନିଜ ସ୍ୱାମୀ ରିତେଶଙ୍କ ସହ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କର ଫିଲ୍ମ ‘ମିଷ୍ଟର ମମ୍ମି’ର ପାର୍ଷ୍ଟ ଲୁକ୍ ସେୟାର କରିଛନ୍ତି ।ଏହି ଫିଲ୍ମ ପାଇଁ ବେଶ ଖୁସି ଏବଂ ଉତ୍ସାହୀ ରହିଛନ୍ତି । କାରଣ ଏତେ ଦିନର ବ୍ୟବଧାନ ପରେ ସେ ନିଜ ସ୍ୱାମୀଙ୍କ ଏହି ଫିଲ୍ମରେ କମବ୍ୟାକ କରୁଛନ୍ତି । ଏଥିରେ ରିତେଶ ଓ ଜେନେଲିଆ ଉଭୟ ଗର୍ଭବତୀ ନଜର ଆସୁଛନ୍ତି । ଏହା ଏକ କମେଡି ଡ୍ରାମା ଫିଲ୍ମ, ଯାହାକି ଲୋକମାନଙ୍କୁ ପୁରାପୁରି ହସେଇବାକୁ ପ୍ରସ୍ତୁତ । ଭୂଷଣ କୁମାରଙ୍କ ବ୍ୟାନରେ ନିର୍ମିତ ଏହି ଫିଲ୍ମର ଫାଷ୍ଟ ଲୁକ ଜେନେଲିଆ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୋଷ୍ଟରେ ଦେଖିବାକୁ ମିଳିଛି ଉଭୟ ରିତେଶ ଓ ଜେନେଲିଆ ପୁଣି ଗର୍ଭବତୀ ଅଛନ୍ତଥିବା ଦେଖା ଯାଉଛନ୍ତି । ଯେଉଁଠି ଜେନେଲିଆ ହସୁଛନ୍ତି, ସେଠି ରିତେଶ ଚିନ୍ତିତ ଥିବା ନଜର ଆସୁଛନ୍ତି । ଜେନେଲିଆ ପ୍ରଥମ ଲୁକ୍ ସେୟାର୍ କରି ଲେଖିଛନ୍ତି, ‘ଏକ ଟ୍ୱିଷ୍ଟିଡ୍ ହସର ରଥ ଏବଂ କାହାଣୀ, ଯାହା ଆପଣ ପୂର୍ବରୁ କେବେ ବି ଦେଖି ନ ଥିବେ । ଆପଣ ହୃଦୟରୁ ହସିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ ଏବଂ ଆପଣଙ୍କ ପେଟ ଯନ୍ତ୍ରଣା ହେବାକୁ ଯାଉଛି’ । ଜେନେଲିଆଙ୍କର ଏହି ପୋଷ୍ଟରେ ପ୍ରଶଂସକମାନେ କମେଣ୍ଟ କରି ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏଥିସହ ଫିଲ୍ମର ରିଲିଜ୍ ତାରିଖ ବିଷୟରେ ମଧ୍ୟ ପଚାରୁଛନ୍ତି । କେବଳ ଏତିକି ନୁହେଁ, ଜେନେଲିଆ ଓ ରିତେଶଙ୍କୁ ପୁଣି ଥରେ ଏକାଠି ଦେଖି ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ।

‘ମିଷ୍ଟର ମମ୍ମି’ କମେଡି ଡ୍ରାମାର ପଞ୍ଚ ଲାଇନ ଲୋକଙ୍କୁ ଖୁବ୍ ହସାଇବ ଏବଂ ଏହାର କମିକ୍ ଟାଇମିଙ୍ଗ୍ ବି ଦେଖିବା ଯୋଗ୍ୟ ହେବ । ଏହି ଚଳଚ୍ଚିତ୍ରର କାହାଣୀ ଏମିତି ଏକ ଦମ୍ପତିଙ୍କ ଉପରେ ଆଧାରିତ, ଯାହାଙ୍କର ଚିନ୍ତାଧାରା ପିଲା କଥା ଆସିଲେ, ପରସ୍ପରଠାରୁ ଭିନ୍ନ ହୋଇଯାଏ । ଫିଲ୍ମରେ ଦର୍ଶକମାନେ କମେଡି, ଡ୍ରାମା ସହିତ ଖୁଲାସା, ହୃଦୟଙ୍ଗମର ସ୍ୱାଦ ପାଇ ପାରିବେ ।

Get real time updates directly on you device, subscribe now.