fbpx
BJD
BJD SKY
BJD SKY

ପତ୍ର ଖାଇବା ପାଇଁ ଛେଳିର ନିଆରା ଅନ୍ଦାଜ: ଦେଖନ୍ତୁ ଏହି ମଜାଦାର Viral Video

BJD

ନୂଆଦିଲ୍ଲୀ: ଛେଳି ପତ୍ର ଖାଏ ଏକଥା ତ ସମସ୍ତେ ଜାଣନ୍ତି । କିନ୍ତୁ ଭିଡିଓରେ ଦେଖାଯାଉଥିବା ଛେଳିଟି କିଭଳି ଖାସ ଅନ୍ଦାଜରେ ପତ୍ର ଖାଉଛି ତାହା ଯିଏ ବି ଦେଖିବେ ଆଶ୍ଚର୍ଯ୍ୟ ହେବେ । କାରଣ ଭିଡିଓଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ମଜାଦାର ମଧ୍ୟ । କାରଣ ଏହି ଛେଳିଟିର ପତ୍ର ଖାଇବା ନିଶା ଏପରି ବଢ଼ିଯାଇଛି ଯେ ସେ ଏକ ନିଆରା ଢ଼ଙ୍ଗରେ ଗଧ ଉପରେ ଛିଡା ହୋଇ ପତ୍ର ଖାଉଛି । ଆଉ ଛେଳି ଏହି ପତ୍ର ଖାଇବା ଷ୍ଟାଇଲ ଖୁବ ପସନ୍ତ ଆସୁଛି । ଆଉ ଏହି ଚମକ୍ରାର ଭିଡିଓ ଏବେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ କିଛି ଶିକ୍ଷଣୀୟ ଜିନିଷ ବି ରହିଛି । ପ୍ରାୟତଃ ଲୋକମାନେ ଭାବିଥାନ୍ତି ପଶୁମାନଙ୍କର ମଣିଷଙ୍କ ଭଳି ବୁଦ୍ଧି ନଥାଏ । କାରଣ ସେମାନେ କଠିନ ପରିଶ୍ରମ କରି ନିଜ ଲକ୍ଷସ୍ଥଳରେ ପହଂଚି ପାରିବେ ନାହିଁ । ଯଦି ଆପଣ ଏପରି ଭାବୁଥାନ୍ତି ଏ ଭିଡିଓ ଦେଖିବା ପରେ ଆପଣଙ୍କ ମନରେ ଥିବା ସେ ଭ୍ରମ ବି ଦୂର ହୋଇଯିବ ।

ଭିଡିଓରେ ଗୋଟେ ଗଧ ରହିଛି । ଆଉ ଗଧ ପିଠି ଉପରେ ଠିଆ ହୋଇ ଛେଳି ପତ୍ର ଖାଇବାକୁ ଚେଷ୍ଟା କରୁଛି । ପରେ ସେ ତାର ଚେଷ୍ଟାରେ ସଫଳ ହେଉଛି । ଆଉ ଏହା ଦେଖିବା ପରେ, ଦଳଗତ କାର୍ଯ୍ୟର ପ୍ରକୃତ ଅର୍ଥ ଲୋକେ ବୁଝି ପାରୁଛନ୍ତି । ଆଉ ଭିଡିଓରେ ଲୋକମାନେ ଛେଳି ଏବଂ ଗଧର ଦଳଗତ କାର୍ୟ୍ୟକୁ ଖୁବ୍ ପସନ୍ଦ କରୁଛନ୍ତି ଜ୍ଝ ଆଉ ଏହି ଭିଡିଓଟିରେ ଟ୍ୱିଟରରେ ୟୋଦା ଫର ଏଭର ଆକାଉଣ୍ଟରେ ସେୟାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୧ ହଜାରରୁ ଅଧବକ ଲୋକେ ଏହାକୁ ଦେଖି ସାରିଛନ୍ତି । ଅନˆ ଏହାକୁ ପସନ୍ଦ କରିଛନ୍ତି । ଆପଣ ଜାଣିଥିବେ ଯେକୌଣସି ଲକ୍ଷ୍ୟସ୍ଥଳରେ ପହଂଚିବାର ରାସ୍ତା ଏତେଟା ସହଜ ନୁହେଁ । ଜୀବନରେ ଆଗକୁ ଯିବାକୁ ହେଲେ ଏକ ୟୁନିଟି ଦରକାର । ଆଉ ଏହା କେବଳ ମଣିଷଙ୍କ କ୍ଷେତ୍ରରେ ନୁହେଁ । ପଶୁ ମାନଙ୍କ କ୍ଷେତ୍ରରେ ବି ହୋଇଥାଏ । ଆଉ ଏଥିରେ ଛେଳି ପ୍ରତି ଗଧର ସାହାର୍ଯ୍ୟ ବି ଖୁବ ନିଆରା । ଆଉ ଭିଡିଓ ଦେଖି ଆପଣ ବି ଗଧକୁ ପ୍ରଶଂସା କରି ରହିପାରିବେନି ।

 

Get real time updates directly on you device, subscribe now.