“ପିଏମ ମୋଦୀ ରାଜନୀତିରୁ ସନ୍ନ୍ୟାସ ନେବେ”, ସଞ୍ଜୟ ରାଉତ କଲେ ବଡ଼ ଘୋଷଣା
ଶିବସେନା (ୟୁବିଟି)ର ନେତା ସଞ୍ଜୟ ରାଉତ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ମହାରାଷ୍ଟ୍ରର ନାଗପୁରରେ ଆରଏସଏସ କାର୍ଯ୍ୟାଳୟ ଯାଇ ନିଜ ସନ୍ନ୍ୟାସର ଘୋଷଣା କରିଛନ୍ତି।
ନୂଆଦିଲ୍ଲୀ: ଶିବସେନା (ୟୁବିଟି)ର ନେତା ସଞ୍ଜୟ ରାଉତ ସୋମବାର ଦିନ ବଡ଼ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାଦ ଦିନ ମହାରାଷ୍ଟ୍ରର ନାଗପୁରରେ ଆରଏସଏସ କାର୍ଯ୍ୟାଳୟରେ ପହଞ୍ଚି ରାଜନୀତିରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି।
ସେ କହିଛନ୍ତି ଯେ, ଆଗାମୀ ପ୍ରଧାନମନ୍ତ୍ରୀ ରାଜ୍ୟ ବାହାରୁ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନାଗପୁରରେ ମାଧବ ନତ୍ରାଳୟ ପ୍ରିମିୟମ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଅଂଶ ଗ୍ରହଣ କରିଥିଲେ।
ଶିବସେନାର ଉଦ୍ଧବ ଠାକରେ ଦଳର ନେତା ମୁମ୍ବାଇର ଏକ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି କହିଛନ୍ତି ଯେ, ପିଏମ ମୋଦୀ ନିଜ ସନ୍ନ୍ୟାସର ଘୋଷଣା କରିବା ଲାଗି ଆରଏସଏସ କାର୍ଯ୍ୟାଳୟ ଯାଇଥିଲେ।
ସେ ଆହୁରି କହିଛନ୍ତି ଯେ, ସେ ୧୦-୧୧ ବର୍ଷରେ କେବେ ବି ଆରଏସଏସ କାର୍ଯ୍ୟାଳୟକୁ ଯାଇନଥିଲେ। ଆରଏସଏସ ନେତୃତ୍ୱରେ ପରିବର୍ତ୍ତନ ଚାହୁଁଛି।
ସଞ୍ଜୟ ରାଉଡ କହିଛନ୍ତି, “ପିଏମ ନରେନ୍ଦ୍ର ମୋଦୀଙ୍କର ଉତ୍ତରାଧିକାରୀ ଚୟନ କରିବ ଆରଏସଏସ। ଏହି କାରଣ ପାଇଁ ଏକ ବନ୍ଦ କୋଠରୀରେ ପିଏମ ମୋଦୀଙ୍କ ସହ ଚର୍ଚ୍ଚା କରିବା ପାଇଁ ତାଙ୍କୁ ନାଗପୁରକୁ ଡକାଯାଇଛି।