fbpx

ହୋଲିରେ ମୋଦୀଙ୍କ ବଡ଼ ଘୋଷଣା: କର୍ମଚାରୀଙ୍କ ଆକାଉଣ୍ଟକୁ ଆସିବ ୧୦ ହଜାର

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହୋଲି ଅବସରରେ ଏକ ବଡ଼ ଉପହାର ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ପ୍ରଦାନ ନେଇ ଘୋଷଣା କରାଯାଇଛି । କେନ୍ଦ୍ର କର୍ମଚାରୀଙ୍କୁ ଏହି ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ଅନୁଯାୟୀ ୧୦ ହଜାର ଟଙ୍କା ମିଳିବ । ଅର୍ଥାତ ହୋଲିରେ କେନ୍ଦ୍ର କର୍ମଚାରୀ ୧୦ ହଜାର ଟଙ୍କାର ଆଡଭାନ୍ସ ନେଇପାରିବେ । ଏହା ଉପରେ କର୍ମଚାରୀଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ ।

ଗତବର୍ଷ ମଧ୍ୟ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଏପରି ଘୋଷଣା କରିଥିଲେ । ହୋଲି ଅବସରରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କୁ ଏହି ଉପହାର ପ୍ରଦାନ କରାଯାଇଥାଏ । ଏହାକୁ ଆଡଭାନ୍ସ ପ୍ରି ଲୋଡେଡ୍ କୁହାଯାଏ । ଆକାଉଣ୍ଟକୁ ଆସିଥିବା ଅର୍ଥକୁ କେନ୍ଦ୍ର କର୍ମଚାରୀଙ୍କୁ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ଖର୍ଚ୍ଚ କରିବାକୁ ପଡ଼ିବ । ଏହି ସ୍କିମର ସବୁଠାରୁ ଖାସ୍ କଥା ହେଉଛି, ଏହି ଆଡଭାନ୍ସ ଉପରେ କମର୍ଚାରୀଙ୍କୁ କୌଣସି ପ୍ରକାରର ସୁଧ ଦେବାକୁ ପଡ଼ିବ ନାହିଁ । ଏଥି ସହିତ କରଜ ଭରଣା କରିବାର ସର୍ତ୍ତ ମଧ୍ୟ ବହୁତ ସହଜ ରହିଛି ।

କମର୍ଚାରୀଙ୍କୁ ୧ ହଜାର ଟଙ୍କା ହିସାବରେ ୧୦ଟି କିସ୍ତିରେ ଅର୍ଥ ଫେରସ୍ତ ସୁବିଧା ମିଳୁଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ ଅଧିନରେ ୪-୫ କୋଟି ଟଙ୍କା ପ୍ରତିବର୍ଷ ଆବଣ୍ଟନ କରାଯାଇଥାଏ । କର୍ମଚାରୀମାନେ ଆଡଭାନ୍ସକୁ ଡିଜିଟାଲ ତରିକାରେ ଖର୍ଚ୍ଚ କରିପାରିବେ । ଏହା ପୂର୍ବରୁ ସରକାର କେନ୍ଦ୍ର କର୍ମଚାରୀଙ୍କୁ ଏଲଟିସି କ୍ୟାଶ ଭାଉଚର ସ୍କିମ ପରି ସୁବିଧା ଦେଉଥିଲେ । ତେବେ ହୋଲିରେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ କର୍ମଚାରୀଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୩୮ ପ୍ରତିଶତ ଡିଏ ପାଉଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିଲେ । କେନ୍ଦ୍ର ବଜେଟରେ ଡିଏକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଏଥିସହିତ ଜାନୁଆରୀ-ଫେବୃଆରୀ ମାସର ଏରିଅର ମଧ୍ୟ ମିଳିବ ବୋଲି କୁହାଯାଉଥିଲା । ଡିଏ ୪ ପ୍ରତିଶତ ବୃଦ୍ଧି ପାଇଁ କମର୍ଚାରୀ ସଂଗଠନ ପକ୍ଷରୁ ପୂର୍ବରୁ ଦାବି କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇନାହିଁ ।

ତେବେ ହୋଲି ଅବସରରେ କେନ୍ଦ୍ର ସରକାର ଯଦି ଡିଏ ବୃଦ୍ଧି କରନ୍ତି, ତେବେ ଏହାର ଫାଇଦା ୪୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀଙ୍କୁ ମିଳିବ । ସାଧାରଣ ଭାବେ ବର୍ଷର ଜାନୁଆରୀ ଓ ଫେବୃଆରୀ ଦୁଇ ମାସରେ ଡିଏ ଓ ଡିଆର ବୃଦ୍ଧି ହେବା ନେଇ ନିୟମ ରହିଛି । ମାତ୍ର ଗତ କିଛିବର୍ଷ ମଧ୍ୟରେ ଏ କ୍ଷେତ୍ରରେ କିଛିଟା ବିଳମ୍ବ ହେଉଥିବାର ଦେଖାଯାଉଛି ।

Get real time updates directly on you device, subscribe now.