fbpx

ଗୁପ୍ତଚର ବେଲୁନ ପରେ ଏବେ ଗୁପ୍ତଚର ପାରା ଆତଙ୍କ, ପରାଦୀପରୁ ଉଦ୍ଧାର ହୋଇଛି ଏହି ପାରା

ଭୁବନେଶ୍ୱର : ଭାରତ ଓ ଆମେରିକା ସମେତ ଅନେକ ଦେଶରେ ଗୁପ୍ତଚର ବେଲୁନ ଉଡୁଥିବାର ଖବର ମିଳିଥିଲା । କେତେକ ଦେଶ ଏହାକୁ ନେଇ ଆତଙ୍କିତ ହୋଇଥିବା ବେଳେ ଅନ୍ୟ କେତେକ ଦେଶ ଏହି ବେଲୁନକୁ ଗୁଳି କରି ଖସାଇ ଦେଇଥିଲା । ପରେ ଏହି ବେଲୁନ ଚୀନର ଗୁପ୍ତଚର ବେଲୁନ ବୋଲି ଜଣାପଡିଥିଲା ।

ଗୁପ୍ତଚର ବେଲୁନ ପରେ ଏବେ ଗୁପ୍ତଚର ପାରା ଉଦ୍ଧାର ହୋଇଛି । ଓଡିଶାର ପରାଦୀପରୁ ଏହି ପାରାକୁ ଆଜି ଉଦ୍ଧାର କରାଯାଇଛି । ସମୁଦ୍ର ମଝିରୁ ଏହି ପାରାକୁ ଉଦ୍ଧାର କରାଯାଇଛି । ପାରା ଦେହରେ କ୍ୟାମେରା ଓ ଚିପ୍ ଲାଗିଥିବା ବେଳେ ଅଜଣା ଭାଷାରେ କିଛି ଲେଖାହୋଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସନ୍ଦେହ ଆହୁରି ଘନିଭୂତ ହୋଇଛି । ତେବେ ପରାଟି ଉଦ୍ଧାର ହେବା ପରେ ମେରାଇନ୍ ପୁଲିସ ଖୋଳତାଡ କରିବା ଆରମ୍ଭ କରିଛି ।

Get real time updates directly on you device, subscribe now.