fbpx

ଭାରତୀୟ କ୍ରୀଡ଼ାବିତଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ମୋଦୀ, ବସିବା ସ୍ଥାନରୁ ଛିଡ଼ା ହୋଇ ଜଣାଇଲେ ସମ୍ମାନ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର ବ୍ୟୁରୋ): ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ-୨୦୨୦ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ଙ୍କ ଗହଣରେ ଉଦଘାଟନୀ ସମାରୋହ ବଡ଼ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ନିଜ ନିଜ ଦେଶର କ୍ରୀଡ଼ାବିତଙ୍କୁ ଉତ୍ସାହ ଯୋଗାଉଛନ୍ତି ସମ୍ପୃକ୍ତ ଦେଶ। ଠିକ୍‌ ସେହିପରି ଭାରତୀୟ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଭାରତୀୟ କ୍ରୀଡ଼ାବିତ୍‌ମାନେ ଷ୍ଟାଡିଅମ୍‌ ଭିତରକୁ ପ୍ରବେଶ କରିବାବେଳେ ଭିଡିଓ କନଫେରେନ୍ସିଂ ଜରିଆରେ ଦେଖୁଥିବା ପ୍ରଧାନମନ୍ତ୍ରୀ ମୋଦୀ ବସିବା ସ୍ଥାନରୁ ଛିଡ଼ା ହୋଇପଡ଼ିଥିଲେ। ଆଉ ତାଳିମାରି ସ୍ଵାଗତ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଜଣେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଉଦାରପଣ ଓ ସଂସ୍କାରସମ୍ପନ୍ନ ଶୁଭେଚ୍ଛା ଜ୍ଞାପନକୁ ଦେଖିବା ପରେ ବିଭିନ୍ନ ମହଲରୁ ମିଳୁଛି ପ୍ରଶଂସା।

Get real time updates directly on you device, subscribe now.