fbpx

ଡିଏଫଓଙ୍କୁ ମିଳିଲା କ୍ଲିନ୍‌ଚିଟ୍‌, ବିଦ୍ୟାଭାରତୀଙ୍କ ସହ ନାହିଁ ସମ୍ପର୍କ, ଗଜପତି ଏସ୍‌ପି କଲେ ସ୍ପଷ୍ଟ

ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଏସିଏଫ୍‌ଓ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତଦନ୍ତ ଆଉ ପାଦେ ଆଗେଇଛି। ବହୁ ଚର୍ଚ୍ଚିତ ଏହି ଘଟଣାରେ ଅନ୍ୟତମ ଅଭିଯୁକ୍ତ ରହିଥିବା ଡିଏଫଓ ସଂଗ୍ରାମ ବେହେରାଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌। ତାଙ୍କର ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ କରାଯାଇଛି। ଗଜପତି ଏସପି ତପନ ପଟ୍ଟନାୟକ ଏଭଳି ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ଅନୁସାରେ ସିଡିଆର୍‌ ଯାଞ୍ଚରୁ ଡିଏଫଓଙ୍କ ଏହି ଘଟଣାରେ କୌଣସି ସମ୍ପୃକ୍ତ ନାହିଁ। ଏଥିସହ ରୋଷେୟାଙ୍କ ମଧ୍ୟ କୌଣସି ସମ୍ପୃକ୍ତି ନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ନାମରେ ଉଠୁଥିବା ଅଭିଯୋଗ ସମ୍ପର୍କରେ ଏସପି କହିଛନ୍ତି ଯେ ସୌମ୍ୟଙ୍କ ଘର ଲୋକଙ୍କ ଖବର ପାଇ ସେ ଘଟଣାସ୍ଥଳକୁ ଯାଇଥିଲେ। ମୃତ ସୌମ୍ୟଙ୍କ ବାପା-ମାଙ୍କ ପକ୍ଷରୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ଡିଏଫଓ ଓ ଥାନା ଅଧିକାରୀ ମମତାଙ୍କ ନାଁରେ ଅଭିଯୋଗ କରାଯାଇଥିଲା।

ତେବେ କଲ୍ ଡିଟେଲ୍ସରୁ ପୋଲିସକୁ କୌଣସି ସୁରାଗ ମିଳିଲା ନାହିଁ । ଡିଏଫଓ କେବେବି ବିଦ୍ୟାଭାରତୀଙ୍କ ଘରକୁ ଯାଇନଥିଲେ । ପାଖ ପଡ଼ିଶା ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସ୍। ସେହିପରି ମମତା ପଣ୍ଡା ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ପୂର୍ବରୁ ଚିହ୍ନାଜଣା ଥିଲା । ସମ୍ପର୍କୀୟଙ୍କ ଠାରୁ ଫୋନ କଲ୍‌ ପାଇ ବିଦ୍ୟାଭାରତୀଙ୍କ ନିକଟକୁ ଯାଇଥିଲେ ମମତା । ମାନବିକତା ଦୃଷ୍ଟି କୋଣରୁ ସହଯୋଗ କରିଥିଲେ ମମତା। ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବୁଲାନ୍ସ ୧୫ ମିନିଟ ଅଟକିଥିଲା । ନିଜ ଘରୁ କିଛି ସାମଗ୍ରୀ ଆଣିବାକୁ ବିଦ୍ୟାଭାରତୀ ଯାଇଥିଲେ ବୋଲି ଏସପି କହିଛନ୍ତି। ଏହି ମାମଲାରେ ମୋଟ୍ ୬ ଜଣଙ୍କୁ ଜେରା କରିଛନ୍ତି ଏସପି ।

Get real time updates directly on you device, subscribe now.