fbpx
BSKY SKY
BSKY SKY

ୟୁ-ଟ୍ୟୁବ୍ ଚ୍ୟାନେଲରେ ୧ କୋଟି ଟପିଲା ସବସ୍କ୍ରାଇବର: ପଛରେ ଜୋ ବାଇଡେନ, ଦେଖନ୍ତୁ ସଂପୂର୍ଣ୍ଣ ଲିଷ୍ଟ

BSKY

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାଧନମନ୍ତ୍ରୀ ହେବା ପରଠାରୁ ଭାରତକୁ ଡିଜିଟାଲ ଭାବରେ ସକ୍ଷମ କରିବାକୁ ଚେଷ୍ଟା କରିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ ରହିଥାନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଜଗତରେ ଏକ ନୂଆ ରେକର୍ଡ କରିଛନ୍ତି । ଏଥର ୟୁ-ଟ୍ୟୁବ୍ ମାଧ୍ୟମରେ କରିଛନ୍ତି ନୂଆ ରେକର୍ଡ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁ-ଟ୍ୟୁବ୍ ଚ୍ୟାନେଲରେ ସବସ୍କ୍ରାଇବରଙ୍କ ସଂଖ୍ୟା ୧ କୋଟି ପାର୍ କରିଛି । କେବଳ ସେତିକି ନୁହେଁ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ଫଲୋଅର ଅଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେ ଆମେରିକା ରାଷ୍ଟ୍ରପତିଙ୍କୁ ମଧ୍ୟରେ ପଛରେ ପକାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୭ ଲକ୍ଷ ଫଲୋଅର ଥିବାବେଳେ ହ୍ୱାଇଟ ହାଉସ ଚ୍ୟାନେଲ ରେ ୧୯ ଲକ୍ଷ ସବସ୍କ୍ରାଇବର ଅଛନ୍ତି । ମେକ୍ସିକୋର ରାଷ୍ଟ୍ରପତି ଏଣ୍ଡେସ୍ ମ୍ୟାନୁଏଲ ଲୋପେଜ ଓବ୍ରେଡୋରଙ୍କ ୩୦.୭ ଲକ୍ଷ, ଇଣ୍ଡୋନେସିଆ ର ରାଷ୍ଟପତି ଜୋକୋ ବିଦୋଦୋଙ୍କ ୨୮.୮ ଲକ୍ଷ ସବସ୍କ୍ରାଇବର ରହିଛନ୍ତି ।

ଭାରତରେ ଏହି ନେତାମାନଙ୍କର ରହିଛନ୍ତି ଏତିକି ସବସ୍କ୍ରାଇବର:

ରାହୁଲ ଗାନ୍ଧୀ-୨.୨୫ ଲକ୍ଷ କଂଗ୍ରେସ ନେତା ଶଶି ଥରୁର- ୪.୩୯ ଲକ୍ଷ

ଏଆଇଏମଆଇଏମ  ମୁଖ୍ୟ ଅସଦୁଦ୍ଦୀନ ଓବେସୀ- ୩.୭୩ ଲକ୍ଷ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ- ୨.୧୨ ଲକ୍ଷ

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ-୧.୩୭ ଲକ୍ଷ

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ- ୫୯ ହଜାର ସବସ୍କ୍ରାଇବର ଅଛନ୍ତି ।

Get real time updates directly on you device, subscribe now.