fbpx
BSKY SKY
BSKY SKY

ବିଜେପିରେ ସାମିଲ ହୋଇପାରନ୍ତି ଇଡିର ଜଏଣ୍ଟ ଡିରେକ୍ଟର: ଚାକିରିରୁ ନେଇଥିଲେ ସ୍ୱେଚ୍ଛାକୃତ ଅବସର

BSKY

ନୂଆଦିଲ୍ଲୀ:ଇସ୍ତଫା ଦେଲେ ଇଡ଼ିର ଜଏଣ୍ଟ ଡ଼ାଇରେକ୍ଟର । ଆଗକୁ ବିଜେପିରେ ସାମିଲ ହୋଇ ପାରନ୍ତି ଇଡ଼ି ଜଏଣ୍ଟ ଡ଼ାଇରେକ୍ଟର ରାଜେଶ୍ୱର ସିଂ । ରାଜନୀତିରେ ସାମିଲ ହେବା ନେଇ ସୂଚନା ମିଳୁଛି । ସେ ୟୁପି ରୁ ନିର୍ବାଚନ ଲଢିବା ନେଇ ଅନୁମାନ କରାଯାଉଛି । ତେବେ ବିଭିନ୍ନ ରାଜ୍ୟରେ ନିର୍ବାଚନ ପାଖେଇ ଆସିଲାଣି । ୟାରି ଭିତରେ ରାଜନୀତି ପାଣିପାଗ ବି ବେଶ୍ ଉଷୁମ୍ ହେଲାଣି । ତେଣୁ ଏବେ ଦଳ ବଦଳ ଠୁ ଆରମ୍ଭ କରି ଚାକିରୀ ଛାଡ଼ି ବଡ଼ ବଡ଼ ଅଫିସର ମାନେ ବି ରାଜନୀତି ମଇଦାନକୁ ଓହ୍ଲାଉଛନ୍ତି । ତାରି ଭିତରେ ଏବେ ଇଡ଼ି ଜଏଣ୍ଟ ଡ଼ାଇରେକ୍ଟର ରାଜେଶ୍ୱର ସିଂ ନିର୍ବାଚନ ଦୃଷ୍ଟିରୁ ଇସ୍ତଫା ଦେଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ ରାଜେଶ୍ୱର ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ବେଳେ ତାଙ୍କ ଇସ୍ତଫା ବି ଏବେ ମଞ୍ଜୁର ହୋଇ ଯାଇଛି । ଅନ୍ୟପକ୍ଷରେ ସେ ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି । ତେବେ ୟୁପି ବିଧାନସଭା ନିର୍ବାଚନରେ ତାଙ୍କୁ ସୁଲତାନପୁର ଆସନରୁ ତାଙ୍କୁ ବିଜେପିରୁ ପ୍ରାର୍ଥୀ ଭାବେ ଘୋଷିତ କରାଯିବ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏପଟେ ଇଡ଼ିରୁ ଇସ୍ତଫା ମଞ୍ଜୁର ହେବା ପରେ ରାଜେଶ୍ୱର ସିଂ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ବିଜେପି ପ୍ରତି ଖୁବ ଭଲ ପାଇବା ଦେଖାଇଛନ୍ତି । ଚିଠିରେ ମୋଦୀଙ୍କ ସାଙ୍ଗକୁ ଯୋଗୀ ଆଦିତ୍ୟନାଥ ଏବଂ ଗୃହମନ୍ତ୍ରୀ ଅମିତ ସାହଙ୍କୁ ବି ଭୁରି ଭୁରି ପ୍ରଶଂସା କରିଛନ୍ତି ସେ ।

ତେବେ ରାଜବୀର ସିଂ ଇଡିରେ କାମ କରୁଥିବା ବେଳେ ୨-ଜି ସ୍ପେକ୍ଟ୍ରମ ଘୋଟାଲା, ଅଗସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ, ଆମ୍ରପାଲି ଘୋଟାଲା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରିଥିଲେ। ଏମିତିକି ସେ ପୂର୍ବରୁ ୧୦ ବର୍ଷ ପର୍ୟ୍ୟନ୍ତ ଉତ୍ତର ପ୍ରଦେଶ ପୁଲିସ୍‌ ଓ ୧୩ ବର୍ଷ ପର୍ୟ୍ୟନ୍ତ ଇଡିରେ କାମ କରିଛନ୍ତି । ତା ସହିତ ସେ ଲକ୍ଷ୍ନୌରେ ଡେପୁଟି ଏସ୍‌ପି ଭାବେ କାମ କରୁଥିବା ବେଳେତାଙ୍କୁ ଏନକାଉଣ୍ଟର ସ୍ପେଶାଲିଷ୍ଟ ବୋଲି ଆଖ୍ୟା ମଧ୍ୟ ମିଳିଛି । ତେବେ ଏବେ ଯଦି ସେ ରାଜନୀତି ମଇଦାନକୁ ଓହ୍ଲାନ୍ତି ତାହାଲେ ରାଜନୀତିର ଅଙ୍କ କେମିତି କଷିବେ ତାହା ହିଁ ଦେଖିବାକୁ ଅପେକ୍ଷା ।

Get real time updates directly on you device, subscribe now.