fbpx

ଖାଲି ମଇଦାନରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ଏହି ମ୍ୟାଚ ସହିତ ପ୍ରଥମ ଦେଶ ଭାବେ ୧୦୦୦ତମ ଦିନିକିଆ ମ୍ୟାଚ ଖେଳିବ ଭାରତ । କିନ୍ତୁ ଏଭଳି ଏକ ଐତିହାସିକ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା । ତିନି ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଦର୍ଶକଙ୍କ ପାଇଁ ବନ୍ଦ ହୋଇଛି ଷ୍ଟାଡିୟମର ଦ୍ୱାର । ଏ ନେଇ ଗୁଜୁରାଟ କ୍ରିକେଟ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି ।

ଫେବୃୟାରୀ ୬ରୁ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ଦର୍ଶକଙ୍କୁ ବାରଣ ହୋଇଛି । ଦେଶରେ କରୋନାର ସ୍ଥିତି ଏବଂ କଟକଣାକୁ ନଜରରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଛି ଗୁଜୁରାଟ କ୍ରିକେଟ ଆସୋସିଏସନ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ସିରିଜ ଖେଳାଯିବାକୁ ଥିବା ବେଳେ ଦର୍ଶକଙ୍କୁ ମ୍ୟାଚ ଦେଖିବା ପାଇଁ ଅନୁମତି ଦିଆଯାଇ ନାହିିଁ । ସେପଟେ ଖେଳପ୍ରେମୀମାନଙ୍କ ଭାରତର ୧୦୦୦ତମ ମ୍ୟାଚ ଦେଖିବା ଆଶା ମଉଳି ଯାଇଛି । ତେବେ ଫେବୃୟାରୀ ୧୬ ତାରିଖରୁ ଇଡେନ ଗାର୍ଡେନରେ ହେବାକୁ ଥିବା ଟି-୨୦ ସିରିଜରେ ୭୦ ପ୍ରତିଶତ ଲୋକଙ୍କୁ ଅନୁମତି ମିଳିଛି । ଏହି ନିଷ୍ପତ୍ତି ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନର ସଭାପତି ଅଭିଶେକ ଡାଲମିୟା ପଶ୍ଚିମବଙ୍ଗ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

Get real time updates directly on you device, subscribe now.