fbpx
BSKY SKY
BSKY SKY

ରିଭାଇଜ୍ ITR ଦାଖଲକୁ ନେଇ ବଜେଟରେ ଆସିଲା ପରିବର୍ତ୍ତନ: ଜାଣନ୍ତୁ କଣ ବଦଳିଲା

BSKY

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ବଜେଟ୍ ୨୦୨୨-୨୩ ଆଜି ସଂସଦରେ ଉପସ୍ଥାପିତ ହୋଇଯାଇଛି । ଏହି ବଜେଟରେ ସରକାର ଆୟକର ସ୍ଲାବ ଅପରିବର୍ତ୍ତିତ ରଖିଥିବା ବେଳେ ଦୁଇ ବର୍ଷ ଯାଏଁ ରିଭାଇଜ ଆଇଟିଆର ଦାଖଲ ନିୟମକୁ ପରିବର୍ତ୍ତନ କରିଛନ୍ତି । ସମସ୍ତ କରଦାତା ମାନଙ୍କୁ ଏହାର ଫାଇଦା ମିଳିବାକୁ ଥିବା ବେଳେ ଏଥିରେ ସରକାର କିଛି ପରିବର୍ତ୍ତନ ମଧ୍ୟ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଟିକସ ପୈଠ କରିବାରେ ଅସମର୍ଥ ତେବେ ସେ ଆସନ୍ତା ଦୁଇ ମାସ ମଧ୍ୟରେ ଟିକସ ଦାଖଲ କରି ପାରିବେ ।

ତେବେ ଅତିରିକ୍ତ ଦୁଇ ବର୍ଷର ସମୟ ପାଇଁ ୨୫ରୁ ୫୦ ପ୍ରତିଶତ ଅତିରିକ୍ତ ଆୟକର ଭରିବାକୁ ପଡିବ । ଯଦି କୌଣସି ବ୍ୟକ୍ତିଙ୍କ ଆୟ କ୍ଷତିରେ ରହିଛି ତା ହେଲେ ଆୟକର ପ୍ରଦାନରେ ରିହାତି ମିଳିବ ।
ଏହା ସହିତ ନିମ୍ନ ଲିଖିତ ନିୟମ ଗୁଡିକରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।

-କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ
-ଅଦାଲତି ଝାମେଲାରୁ ବର୍ତ୍ତିବା ପାଇଁ ପୁଣି ଥରେ ଘୋଷଣା କରିପାରିବେ
-ଯଦି ଟିକସଦାତା ଆୟ ଦର୍ଶାଇବାରେ ତ୍ରୁଟି କରିଥିଲେ, ସୁଧାରି ପାରିବେ
– ୨ ବର୍ଷ ମଧ୍ୟରେ ସାନି ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ଟିକସଦାତା
– ଏନପିଏସ ପାଇଁ ରାଜ୍ୟ ସରକାରୀ କର୍ମଚାରୀଙ୍କ ଠାରୁ କଟିବ ୧୪%

Get real time updates directly on you device, subscribe now.