fbpx

ସରିଲା କଶ୍ମୀର ବୈଠକ, ଜାଣନ୍ତୁ କ’ଣ କେଉଁ ପ୍ରସଙ୍ଗରେ ହେଲା ଆଲୋଚନା

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ଏହି ବୈଠକରେ ୭ ଟି ଦଳର ୧୪ ନେତା ନେତାମାନଙ୍କୁ ଡକାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିଲା । ବୈଠକରେ ଜମ୍ମୁ କଶ୍ମୀରର ଚାରି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଚାରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ ।

ତେବେ ବୈଠକ ପରେ ଗୁଲାମ ନବୀ ଆଜାଦ ବୈଠକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ଯେ ବୈଠକରେ ସବୁଦଳର୫ଟି ଦାବି ଉପସ୍ଥାପନ କରାଯାଇଛି । ସବୁ ଦଳର ନେତା ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବାକୁ ଦାବି କରିଛନ୍ତି । ଏହା ସହ ବିଧାନସଭା ନିର୍ବାଚନା କରିବା, ଜମ୍ମୁ କଶ୍ମୀରରେ କଶ୍ମୀର ପଣ୍ଡିତଙ୍କ ପୁନଃ ଥଇଥାନ କରିବା ଏବଂ ସମସ୍ତ ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ଦାବି ହୋଇଛି । ଏଥି ସହ ପିପୁଲ୍ସ କନଫରେନ୍ସର ନେତା ସଜ୍ଜାଦ ଲୋନେ କହିଛନ୍ତି ଯେ ଏହି ବୈଠକ ବହୁତ ସକାରାତ୍ମକ ପରିମାଣ ମିଳିଛି । ଆମେ ଆଶା କରୁଛୁ ଜମ୍ମୁ କଶ୍ମୀରବାସୀଙ୍କ ପାଇଁ କିଛି ଭଲ ଘଟଣା ଘଟିବ। ସୂଚନା ଅନୁଯାୟୀ ସରକାର ର୍ନିବାଚନ କରାଇବା ସପକ୍ଷରେ ଅଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ରାଜ୍ୟର ପୁନରୁଦ୍ଦାର ପାଇଁ ପ୍ରତିଶ୍ରୁତିବଦ୍ଧ ।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ରଦ୍ଦ ହେବା ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଥମ ବୈଠକ । ବୈଠକର ଗୋଟିଏ ଦିନ ପୂର୍ବରୁ ବିମୁଦ୍ରୀକରଣ ଆୟୋଗର ଜଣେ ବରିଷ୍ଠ ଅଧିକାରୀ ଜମ୍ମୁ କଶ୍ମୀରର ସମସ୍ତ ଡେପୁଟି କମିଶନରଙ୍କ ସହ ବିଧାନସଭା ନିର୍ବାଚନମଣ୍ଡଳୀର ପୁନର୍ଗଠନ ତଥା ୭ଟି ନୂତନ ଆସନ ଗଠନ ଉପରେ ଆଲୋଚନା କରିଥିଲେ। ଜାମ୍ମୁ କାଶ୍ମୀରରେ ବିଧାନସଭା ଆସନ ସଂଖ୍ୟା ୮୩ ରୁ ୯୦ କୁ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ ଅଗଷ୍ଟ ୫, ୨୦୧୯ ରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ର ଅଧିକାଂଶ ନିୟମାବଳୀକୁ ରଦ୍ଦ କରିଦିଆଯାଇଥିଲା ଏବଂ ଜମ୍ମୁ କଶ୍ମୀରଏବଂ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ବିଭକ୍ତ କରାଯାଇଥିଲା ।

Get real time updates directly on you device, subscribe now.