fbpx

ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ଯୁବକ, ଧରାପଡିବା ପରେ ବାହା ହେବାକୁ ରୋକଠୋକ ମନା କରି ବନ୍ଦ ହେଲା ରୋମିଓ

ପୁରୀ (ଓଡ଼ିଶା ଭାସ୍କର) : ଜଣେ ନାବାଳିକାକୁ ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ  ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅଭିଯୁକ୍ତର ପରିଚୟ ହେଲା ଚକ୍ରତୀର୍ଥ ରୋଡସ୍ଥିତ ତଳ ନୂଆସାହିର ରାଜୁ ବେହେରା (୨୯)।

ପୋଲିସ ସୂଚନା ମୁତାବକ ଅଭିଯୁକ୍ତ ରାଜୁ ସେହି ସାହିର ଜଣେ ୧୫ବର୍ଷର ନାବାଳିକାକୁ ପ୍ରେମ କରିଥିଲା । ବିବାହ କରିବାର ପ୍ରତିଶ୍ରୁତି ଦେଇ ଘର ପାଖରେ ଥିବା ଅନ୍ୟ ଏକ ଘରେ ରାଜୁ ନାବାଳିକା ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଏ ଘଟଣା ସମ୍ପର୍କରେ ନାବାଳିକାର ପରିବାର ଜାଣିବାକୁ ପାଇଥିଲେ । ନାବାଳିକାର ପରିବାର ଲୋକମାନେ ପୀଡିତାକୁ ଘଟଣା ସମ୍ପର୍କରେ ପଚାରିଥିଲୋ।

ସେ କହିଥିଲା ଯେ, ଆଜକୁ ୨ମାସ ହେବ ଅଭିଯୁକ୍ତ ରାଜୁ ତା ସହିତ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଛି। ଏ ନେଇ ନାବାଳିକାର ପରିବାର ପକ୍ଷରୁ ରାଜୁକୁ ପଚରା ଉଚରା କରାଯାଇଥିଲା । ନାବାଳିକାକୁ ବିବାହ କରିବା ପାଇଁ ତାର ପରିବାର ପକ୍ଷରୁ ରାଜୁକୁ କୁହାଯାଇଥିଲେ।। ସେ ମନା କରିବାରୁ ନାବାଳିକା ପରିବାର ପକ୍ଷରୁ ସାହି କମିଟିକୁ ଜଣାଇ ଦିଆଯାଇଥିଲା । ଏ ନେଇ ସାହିରେ ଏକ ବୈଠକ ଅନୁଷ୍ଠିତ ହୋଇ ରାଜୁକୁ ନାବାଳିକାକୁ ବିବାହ କରିବା ପାଇଁ କୁହାଯାଇଥିଲା ।

ଅପର ପକ୍ଷରେ ଅଭିଯୁକ୍ତ ରାଜୁ ପୀଡିତା ନାବାଳିକାକୁ ବିବାହ କରିବା ପାଇଁ ରୋକଠୋକ ମନା କରିଦେଇଥିଲ।। ଫଳରେ ନାବାଳିକାର ପିତା ଘଟଣା ସମ୍ପର୍କରେ ସମୁଦ୍ରକୂଳ ଥାନାରେ ଅଭିଯୁକ୍ତ ରାଜୁ ବିରୁଦ୍ଧରେ ଏକ ଲିଖିତ ଏତଲା ଦାଏର କରିଥିଲେ । ନାବାଳିକା ପିତାଙ୍କ ଅଭିଯୋଗ କ୍ରମେ ସମୁଦ୍ର କୂଳ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୋଲିସ ରାଜୁକୁ ଗତକାଲି ଥାନାକୁ ଆଣି ଘଟଣା ସମ୍ପର୍କରେ ପଚରା ଉଚରା କରିଥିଲା ପରେ ଉଭୟଙ୍କର ଡାକ୍ତରୀ ମାଇନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇ ରାଜୁକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

Get real time updates directly on you device, subscribe now.