fbpx

ଘରୋଇ ହସ୍ପିଟାଲରେ ମିଳିବନି ସରକାରୀ ଟିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ବିରୋଧୀ ଲଢ଼େଇ ପାଇଁ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ବେସରକାରୀ ହସ୍ପିଟାଲ ମାନଙ୍କରେ ମଧ୍ୟ ଟିକାକରଣକୁ ଅନୁମତି ଦେଇଛନ୍ତି ।

ତେବେ ଆଜି ରାଜ୍ୟ ସରକାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମା ଅନୁଯାୟୀ ଘରୋଇ ହସ୍ପିଟାଲଗୁଡ଼ିକରେ ହେବନି ସରକାରୀ ଟିକାକରଣ । ଏନେଇ ସବୁ ଜିଲ୍ଲାପାଳ, ପୌର କର୍ତ୍ତୃପକ୍ଷ, ସବୁ ସିଡିଏମ ଏବଂ ପିଏଚଏସଙ୍କୁ ଚିଠି । ଘରୋଇ ହସ୍ପିଟାଲରେ ସରକାରୀ ପ୍ରକ୍ରିୟାରେ ଚାଲିଥିବା ଟିକାକରଣ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଘରୋଇ ହସ୍ପିଟାଲରେ ଷ୍ଟକ୍ ଥିବା ଟିକା ଫେରସ୍ତ ପାଇଁ କୁହାଯାଇଛି । ଏଣିକି ଘରୋଇ ହସ୍ପିଟାଲ ଟିକାକରଣ ପାଇଁ ସିଧାସଳଖ କମ୍ପାନୀରୁ ଟିକା ଆଣିବେ ।

Get real time updates directly on you device, subscribe now.