fbpx
BJD
BJD SKY
BJD SKY

ଐତିହାସିକ ମୁହୂର୍ତ୍ତ: ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ(WATCH)

ଲକ୍ଷ୍ନୌ: ଭବ୍ୟ ରାମ ମନ୍ଦିରର ଉଦଘାଟନ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଅଯୋଧ୍ୟା ମାଟି । ଚାରିଆଡ଼େ ଦେଖିବାକୁ ମିଳୁଛି ପ୍ରଭୁ ରାମଙ୍କ ଛବି, ଶୁଣିବାକୁ ମିଳୁଛି “ଜୟ ଶ୍ରୀ ରାମ” ନାରା । ତେବେ ରାମ ମନ୍ଦିରର ଭବ୍ୟ ପ୍ରତିଷ୍ଠା ସମାରୋହ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିଛନ୍ତି। ଗତ ବର୍ଷ ଏପ୍ରିଲରେ ଉତ୍ତରପ୍ରଦେଶ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିବା ପରେ ଅଯୋଧ୍ୟା ଠାରେ ଭାରତ ବିମାନବନ୍ଦର ପ୍ରାଧିକରଣ ଦ୍ୱାରା ଏଭଳି ଏକ ସ୍ୱତନ୍ତ୍ର ବିମାନବନ୍ଦର ନିର୍ମାଣ କରାଯାଇଛି। ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ରାମନଗରୀରେ ପୁର୍ନବିକଶିତ ଅଯୋଧ୍ୟା ଧାମ ରେଳଷ୍ଟେସନର ଉଦ୍‌ଘାଟନ କରିଥିଲେ। ଏହାପରେ ସେ ବିମାନବନ୍ଦରର ଉଦ୍‌ଘାଟନ କରିଛନ୍ତି।

ସୂଚନା ଅନୁଯାୟୀ, ଅଯୋଧ୍ୟାର ଏହି ଅତ୍ୟାଧୁନିକ ବିମାନବନ୍ଦରର ପ୍ରଥମ ପର୍ୟ୍ୟାୟ ୧,୪୫୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହୋଇଛି। ବିମାନବନ୍ଦର ଟର୍ମିନାଲ ବିଲ୍ଡିଂର କ୍ଷେତ୍ର ୬୫୦୦ ବର୍ଗ ମିଟର ରହିଛି, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇବାକୁ ପ୍ରସ୍ତୁତ। ଏହି ଏୟାରପୋର୍ଟ ଅହମ୍ମଦାବାଦ ଓ ଅଯୋଧ୍ୟା ମଧ୍ୟରେ ଉଡ଼ାଣ ଭରିବ । ସପ୍ତାହକୁ ୩ ଥର ଏହି ଏୟାରପୋର୍ଟରୁ ବିମାନ ଉଡ଼ିବ ବୋଲି ଜଣାଯାଇଛି।

ପ୍ରଥମ ପର୍ୟ୍ୟାୟରେ ଅଯୋଧ୍ୟାରୁ ଦିଲ୍ଲୀ ଓ ଅହମ୍ମଦାବାଦକୁ ଉଡ଼ାଣ ଆରମ୍ଭ ହେବ । ଆସନ୍ତା ୬ ତାରିଖରେ ପ୍ରଥମ ଫ୍ଲାଇଟ୍‌ ସକାଳ ୧୧ଟା ୫୫ ମିନିଟ୍‌ରେ ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିବ। ଏହା ଅପରାହ୍ନ ୧ଟା ୧୫ ମିନିଟ୍‌ରେ ଅଯୋଧ୍ୟାରେ ପହଞ୍ଚିବ । ଏହାପରେ ଅପରାହ୍ନ ୧ଟା ୪୫ ମିନିଟ୍‌ରେ ଉକ୍ତ ଫ୍ଲାଇଟ୍‌ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୩ଟାରେ ପହଞ୍ଚିଯିବ । ଇଣ୍ଡିଗୋର ଗ୍ଲୋବାଲ ସେଲ୍ସ ହେଡ ବିନୟ ମଲହୋତ୍ରାଙ୍କ ମୁତାବିକ, ଆସନ୍ତା ୧୦ ତାରିଖରୁ ଦିଲ୍ଲୀରୁ ଅଯୋଧ୍ୟା ଓ ଅଯୋଧ୍ୟାରୁ ଦିଲ୍ଲୀକୁ ପ୍ରତିଦିନ ବିମାନ ସେବା ଆରମ୍ଭ ହେବ ।

ଅଯୋଧ୍ୟାରୁ ଅହମ୍ମଦାବାଦ ଓ ଅହମ୍ମଦାବାଦରୁ ଅଯୋଧ୍ୟାକୁ ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ବିମାନ ସେବା ମିଳିବ। ୧୧ ତାରିଖରୁ ସକାଳ ୯ଟାରୁ ଫ୍ଲାଇଟ ଅହମ୍ମଦାବାଦ ଛାଡ଼ି ପୂର୍ବାହ୍ନ ୧୧ଟାରେ ଅଯୋଧ୍ୟାରେ ପହଞ୍ଚିବ। ଏହାପରେ ରାତି ୧୧ଟା୩୦ରେ ଅଯୋଧ୍ୟା ଛାଡ଼ି ରାତି ୧ଟା ୪୦ରେ ଅହମ୍ମଦାବାଦରେ ପହଞ୍ଚିବ । ବିମାନ ସେବା ଆରମ୍ଭ ହେଲେ ଦିଲ୍ଲୀରୁ ଅଯୋଧ୍ୟାର ଦୂରତା ମାତ୍ର ୧ ଘଣ୍ଟା ୨୦ ମିନିଟ୍‌ରେ ଅତିକ୍ରମ କରି ହେବ।

Get real time updates directly on you device, subscribe now.