fbpx

ବିଜେଡିର ନିର୍ବାଚନୀ ପ୍ରସ୍ତୁତି: ସଂସଦ ଓ ବିଧାନସଭା କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଉ ମାତ୍ର କିଛି ମାସ ବାକି ରହିଛି । ନିର୍ବାଚନ ପୂର୍ବରୁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସଂଗଠନକୁ ସଜାଡ଼ିବା ସହିତ ରଣନୀତି ପ୍ରସ୍ତୁତ କରୁଛନ୍ତି । ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଥିବା ବେଳେ ବିଜେପି ଓ କଂଗ୍ରେସ ଏଥର ସରକାର ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ।

ତେବେ ନିକଟରେ ପଞ୍ଚାୟତ, ବ୍ଲକ, ଜିଲ୍ଲା, ରାଜ୍ୟ ସଂଗଠନ ସ୍ତରରେ ବିଜେଡି ଅନେକ ନେତାଙ୍କୁ ଦାୟିତ୍ୱ ବଣ୍ଟନ କରିଥିବା ବେଳେ ଏହା ମଧ୍ୟରେ ପୁଣି କିଛି ନେତାଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ବିଭିନ୍ନ ସଂସଦୀୟ କ୍ଷେତ୍ର, ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲା ସ୍ତରରେ ଅନକେ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶମତେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ମାନସ ରଞ୍ଜନ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦ ନିର୍ବାଚନ ମଣ୍ଡଳୀ, ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ, ଗୌତମ ବୁଦ୍ଧ ଦାସଙ୍କୁ ଦେଓଗଡ଼ ଜିଲ୍ଲା, ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ନେତାମାନେ ଦଳକୁ ମଜବୁତ କରିବା ପାଇଁ ପ୍ରୟାସ କରିବେ । ନିକଟରେ ବିଜେଡି ଦଳରେ ଅନେକ ସମ୍ପାଦକ, ସାଧାରଣ ସମ୍ପାଦକ, ଉପସଭାପତିଙ୍କୁ ନିଯୁକ୍ତି ଦେଇଥିଲା ।

Get real time updates directly on you device, subscribe now.