fbpx
BJD SKY
BJD SKY

ଭୂକମ୍ପରେ ପୁଣି କମ୍ପିଲା ଇଣ୍ଡୋନେସିଆ, ଏଣେ ତେଣେ ଦୌଡିଲେ ଲୋକେ

BJD

ନୂଆଦିଲ୍ଲୀ:ଭୂକମ୍ପ ଝଟକାରେ ପୁଣି ଥରେ ଦୋହଲି ଉଠିଛି ଇଣ୍ଡୋନେସିଆ । ସମୁଦ୍ର ମଧ୍ୟରେ କମ୍ପନ ପରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ଭୂକମ୍ପ ଆସିବା ଫଳରେ ଲୋକମାନେ ଭୟରେ ଘରୁ ବାହାରି ଏଣେ ତେଣେ ଦୌଡିବାରେ ଲାଗିଥିଲେ । ଯଦିଓ ଏହି ଭୂକମ୍ପରେ ବିଶେଷ କିଛି କ୍ଷତି ହୋଇନାହିଁ ତଥାପି ଭୂକମ୍ପ ଖବର ବ୍ୟାପଯିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ମିଳିଥିବା ସୂଚନା ଅନୁସାରେ ଭୂକମ୍ପରେ କୌଣସି ଜୀବନହାନି କିମ୍ବା ବଡ ଧରଣର କ୍ଷତି ହୋଇନାହିଁ ।

ତେବେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ଥିଲା ୫.୯ । ଏହାର କେନ୍ଦ୍ର ଅସେହ ପ୍ରାନ୍ତର ଉପକୂଳ ସହର ସିନାବାଙ୍ଗ ଠାରୁ ୩୬୨ କିଲୋମିଟର ଦୂର ଗଭୀର ସମୁଦ୍ରରେ ଥିଲା । ଇଣ୍ଡୋନେସିଆର ମେଟ୍ରୋଲଜିକାଲ, କ୍ଲାଇମେଟୋଲଜି ଓ ଜିଓଫିଜିକାଲ ଏଜେନ୍ସୀ କହିଛି କି ଏହି ଭୂକମ୍ପ ଦ୍ୱାରା ସୁନାମୀର କୌଣସି ବିପଦ ନାହିଁ । କିନ୍ତୁ ଏହି ଭୂକମ୍ପ ପରେ ଆହୁରି ଭୂକମ୍ପ ଝଟକା ଆସିବ ବୋଲି ଚେତାବନୀ ଜାରି କରାଯାଇଛି । ଇଣ୍ଡୋନେସିଆ ୨୭ କୋଟି ଲୋକସଂଖ୍ୟା ବିଶିଷ୍ଟ ଏପରି ଏକ ଦ୍ୱୀପ ସମୂହ ଯେଉଁଠି ପ୍ରାୟ ସମୟ ଭୂକମ୍ପ ଆସିଥାଏ ଓ ଜ୍ୱାଳାମୁଖୀ ବିସ୍ଫୋରଣ ଘଟଣା ବି ସାମ୍ନାକୁ ଆସିଥାଏ ।

Get real time updates directly on you device, subscribe now.