fbpx

ମୋଦୀଙ୍କ ଉପରେ ହୋଇପାରେ ଆତ୍ମଘାତୀ ଆକ୍ରମଣ: ପାକିସ୍ତାନର ଟାର୍ଗେଟରେ ପ୍ରଧାନମନ୍ତ୍ରୀ…

AAKASH

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣର ସମ୍ଭାବନା ରହିଛି । ଏନେଇ ଗୁଇନ୍ଦା ବିଭାଗ କେନ୍ଦ୍ର ଗୃହ ବିଭାଗକୁ ସତର୍କ କରାଇ ଦେଇଛି । ଦୀପାବଳି ପୂର୍ବରୁ ମୋଦୀଙ୍କ ସୁରକ୍ଷାକୁ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ ମଧ୍ୟ ଜାରି କରାଯାଇଛି । ଗୁଇନ୍ଦା ବିଭାଗ ଦେଇଥିବା ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଟାର୍ଗେଟରେ ରହିଛନ୍ତି ।

ଆତଙ୍କବାଦୀଙ୍କ ଜରିଆରେ ଆତ୍ମଘାତୀ ବିସ୍ଫୋରଣ ଘଟାଇ ମୋଦୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରାଯାଇଥିବା ଗୁଇନ୍ଦା ବିଭାଗ ତାହାର ରିପୋର୍ଟରେ ଉଲ୍ଲେଖ କରିଛି । ଏଥିପାଇଁ ଆଇଏସ୍ଆଇ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାକୁ ଦାୟିତ୍ୱ ଦେଇଥିବା ସୂଚନା ଦିଆଯାଇଛି । କୌଣସି ସଭା କିମ୍ବା ରାଲିରେ ଆତଙ୍କବାଦୀମାନେ ପୋଲିସ ବେଶରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟାଇବାର ସମ୍ଭାବନା ରହିଛି । ଆଉ ସୁଯୋଗ ମିଳିବା ମାତ୍ରେ ଆତ୍ମଘାତୀ ଆକ୍ରମଣ ଜରିଆରେ ମୋଦୀଙ୍କୁ ଟାର୍ଗେଟ କରିବାର ସମ୍ଭାବନା ରହିଛି । ଏନେଇ ଖବର ମିିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ଗୁଇନ୍ଦା ରିପୋର୍ଟ ପରେ ଏହିସବୁ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ବରଂ ଦେଶର ଅନ୍ୟ ବଡ଼ ବଡ଼ ନେତାଙ୍କୁ ମଧ୍ୟ ଟାର୍ଗେଟ କରି ହତ୍ୟା କରିବା ପାଇଁ ଲସ୍କର-ଇ-ତୋଇବାକୁ ଆଇଏସ୍ଆଇ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି ।

Get real time updates directly on you device, subscribe now.