fbpx

ଚେସ୍ ଅଲିମ୍ପିୟାଡ୍ ମଶାଲ ଲଞ୍ଚ କଲେ ମୋଦୀ, ବିଶ୍ୱ ଚାମ୍ପିୟନଙ୍କ ସହ ଖେଳିଲେ ବାଜି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଟରନାସନାଲ ଷ୍ଟାଡିୟମରେ ଚେସ୍ ଅଲମ୍ପିୟାଡ୍ ଟର୍ଚ୍ଚ ରିଲେ କୁ ଲଞ୍ଚ କରିଛନ୍ତି । ଏଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ ଲଞ୍ଚ କରାଯାଇଛି, ଏହି ସମୟରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ରହିଥିଲେ ।

ପ୍ରଥମ ଥର ପାଇଁ ଚେସ୍ ଅଲିମ୍ପିୟାଡ୍ ପୂର୍ବରୁ ଏହି ଭଳି ଟର୍ଚ୍ଚ ରିଲେ ଆରମ୍ଭ କରାଯିବା । ଏପର୍ଯ୍ୟନ୍ତ କେବଳ ଅଲିମ୍ପିକ କ୍ରୀଡ଼ାରେ ଏହି ଭଳି ଟର୍ଚ୍ଚ ରିଲେ ହେଉଥିଲା । କିନ୍ତୁ ଏଥିରେ ଇଣ୍ଟରନାସନାଲ ଚେସ୍ ବଡି ଚେସ୍ ଅଲିମ୍ପିୟାଡ୍ ରେ ଏହାକୁ ଲାଗୁ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଅଲିମ୍ପିୟାଡ୍୍ ୨୦୨୦ ର ଗୋଲ୍ଡ ମେଡାଲିଷ୍ଟ କୋନେରୁ ହମ୍ପିଙ୍କ ସହ ଚେସ୍ ଖେଳିଥିଲେ ଏବଂ କାର୍ଯ୍ୟକ୍ରମର ପ୍ରାରମ୍ଭ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏହା ପ୍ରଥମ ଥର ପାଇଁ ଭାରତ ଏହି ଇଭେଣ୍ଟକୁ ହୋଷ୍ଟ କରୁଛି । ଏହି ଖେଳ ନିଜ ଜନ୍ମସ୍ଥାନରୁ ବାହାରି ସମଗ୍ର ଦୁନିଆରେ ନିଜ ଛାପ ଛାଡ଼ିଥିବାରୁ ଆମକୁ ଗର୍ବ ଅନୁଭବ ହେଉଛି ।

୪୪ ତମ ଅଲିମ୍ପିୟାଡ୍ ର ଆୟୋଜନ ଚଳିତ ବର୍ଷ ଭାରତରେ ହେଉଛି । ୨୮ ଜୁଲାଇରୁ ଚେନ୍ନାଇରେ ଆରମ୍ଭ ହେବାକୁ ଥିବା ଏହି ମହାଇଭେଣ୍ଟ ପୂର୍ବରୁ ପ୍ରଥମେ ନୂଆଦିଲ୍ଲୀରେ ଅଲିମ୍ପିୟାଡ୍ ଟର୍ଚ୍ଚ ରିଲେ ଲଞ୍ଚ କରାଯାଉଛି ।

ଦିଲ୍ଲୀରୁ ଆରମ୍ଭ ହେବା ପରେ ଏହି ଟର୍ଚ୍ଚ ଦେଶର ୭୫ ଟି ସହର ଅତିକ୍ରମ କରିବ । ଶେଷରେ ୨୭ ଜୁଲାଇରେ ଏହା ମହାବଳିପୁରମ ପହଞ୍ଚିବ । ଯାହାପରେ ୨୮ ତାରିଖରୁ ଚେସ ଅଲିମ୍ପିୟାଡ୍ ର ଆରମ୍ଭ ହେବ । ଚେସ ଅଲିମ୍ପିୟାଡ୍ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଜାରି ରହିବ ।

 

Get real time updates directly on you device, subscribe now.