fbpx
BSKY
BJD MC SKY
BJD YOUTH SKY

‘ସ୍ୱାମୀତ୍ୱ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧ ।୧୦: ‘ସ୍ୱାମୀତ୍ୱ ଯୋଜନା’ର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭରେ ପ୍ରାୟ ସାଢେ ୭ ଲକ୍ଷ ଲୋକଙ୍କ ସମ୍ପତ୍ତି କାର୍ଡ ବିତରଣ କରାଯାଇଛି । ଏଣିକି ସମ୍ପତ୍ତି ସହ ଜଡିତ କାର୍ଡକୁ ଡାଉନଲୋଡ କରିପାରିବେ ଜମି ମାଲିକ । ଯୋଜନାକୁ ଲକଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଏହା ଦ୍ୱାରା ୬ ରାଜ୍ୟର ୭୬୩ ଗାଁ ଉପକୃତ ହେବ ।

ତେବେ ଯୋଜନାର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀ ନିଜ ବ୍ୟକ୍ତବ୍ୟରେ କହିଛନ୍ତି ଯେ, ସମ୍ପତ୍ତିର ସଠିକ୍ ରେକର୍ଡ ରହିବା ଜରୁରୀ । ଏହା ଦ୍ୱାରା ଜମି ବିବାଦ ମାମଲାରେ ହ୍ରାସ ଘଟିବ ।’

Get real time updates directly on you device, subscribe now.